Only for Entertainment

ଆଇପିଏଲରେ ଆମୀର ଖାନଙ୍କ ଜଲୱା, ଏହି କମ୍ପାନୀମାନେ ଲଗାଇଲେ ୨୫୦ କୋଟିର ବାଜି । ବାଦ ପଡ଼ିଲେ ସମସ୍ତ କଳାକାର ।

ndtv
38

ବଲିଉଡ ଆକ୍ଟର ଆମୀର ଖାନଙ୍କ ପ୍ରଶଂସକ ସାରା ବିଶ୍ୱରେ ଅଛନ୍ତି । ବିସ୍ତୃତ ଭାବରେ ଫ୍ୟାନ୍ସ ଥିବାରୁ ଆମୀର ଖାନ ବ୍ରାଣ୍ଡ ମାନଙ୍କ ମଧ୍ୟରେ ସବୁଠାରୁ ଅଧିକ ଚାହିଦା ଥିବା କଳାକାର । ଏହି କାରଣରୁ କମ୍ପାନୀମାନେ ଆମୀର ଖାନଙ୍କ ଉପରେ ୨୫୦ କୋଟିରୁ ଅଧିକ ଟଙ୍କା ନିବେଶ କରିଛନ୍ତି । ଭାରତର ସବୁଠାରୁ ପ୍ରତିଷ୍ଠିତ ଉତ୍ସବ ମାନଙ୍କରେ ଆମୀର ଆଇପିଏଲର ପ୍ରତ୍ୟେକ ବ୍ରେକରେ ଟିଭିରେ ନଜର ଆସିବେ । ସବୁଠାରୁ ଖାସ କଥା ହେଉଛି ତିନି ପ୍ରମୁଖ ପ୍ରଯୋଜକଙ୍କ ଦ୍ୱାରା ହସ୍ତାକ୍ଷରିତ ଆମୀର ଖାନ ମ୍ୟାଚ ଗୁଡ଼ିକରେ ଟିଭିରେ ନଜର ଆସିବାକୁ ଥିବା ଗୋଟିଏ ଚେହେରା ।

ଗତବର୍ଷ ଆମୀର ଖାନ ଟପ ସ୍ମାର୍ଟ ଫୋନ ବ୍ରାଣ୍ଡ ମାନଙ୍କ ମଧ୍ୟରୁ ଗୋଟିଏ ସାଇନ କରିଥିଲେ, ଏହି ବର୍ଷ ମଧ୍ୟ ସେହି ବ୍ରାଣ୍ଡର ଚେହେରା ହୋଇ ଅଛନ୍ତି । ଆମୀର ଖାନ ଲିଗର ଟାଇଟଲ ପ୍ରଯୋଜକ, ଡିଜିଟାଲ ଭୁଗତାନ କମ୍ପାନୀ ଏବଂ ଏକ ପ୍ରସିଦ୍ଧ ଜୋତା କମ୍ପାନୀର ଏଣ୍ଡୋର୍ସ କରୁଥିବାର ନଜର ଆସିବେ । ଅନ୍ୟ ପାଶ୍ୱର୍ରେ ଡିଜିଟାଲ ଭୁଗତାନ କମ୍ପାନୀ ଆମୀରଙ୍କୁ ପ୍ରଥମ ସେଲିବ୍ରେଟୀ ଏର୍ଣ୍ଡେସର ଭାବରେ ଉପସ୍ଥାପନା କରିବେ । ତେବେ ଆମୀରଙ୍କ ବ୍ରାଣ୍ଡ କମ୍ପାନୀର ସିଇଓଙ୍କ କହିବା ଅନୁସାରେ ଏହା ଆମୀରଙ୍କ ସଚ୍ଚୋଟତା, କଠିନ ପରିଶ୍ରମ ଏବଂ ସମର୍ପଣର ପର୍ଯ୍ୟାୟ । ତେଣୁ ଆମ କମ୍ପାନୀ ପାଇଁ ଆମେ ଆମୀରଙ୍କୁ ଯୋଗ୍ୟ ଆମ୍ବାସେଡର ଭାବିଲୁ । ତୃତୀୟ ବ୍ରାଣ୍ଡ ଖୁବଶୀଘ୍ର ଟିଭିରେ ନିଜ କ୍ୟାମ୍ପେନ ଆରମ୍ଭ କରିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More