Only for Entertainment

ଈରାନର ମହିଳା ସୋସିଆଲ ମିଡିଆରେ ଅପଲୋଡ କଲେ ଡ୍ୟାନ୍ସ ଭିଡିଓ ଯାହାକୁ ଦେଖି ସରକାର କଲେ ଏଭଳି..

khabarNDTV
0 59

ସୋସିଆଲ ମିଡିଆରେ ଏକ ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି । ଈରାନର ଏକ ମହିଳା ଇନଷ୍ଟାଗ୍ରାମରେ ଡ୍ୟାନ୍ସ ଭିଡିଓ ଶେୟାର କରିଥିବା କାରଣରୁ ତାଙ୍କୁ ଗିରଫ କରାଯାଇଛି । ଏହି ଭିଡିଓକୁ ଲକ୍ଷ ଲକ୍ଷ ଲୋକ ଦେଖିଛନ୍ତି । ସରକାରୀ ଟିଭି ଚ୍ୟାନେଲରେ ଶୁକ୍ରବାର ଏକ ଭିଡିଓ ଦେଖାଯାଇଥିଲା ଯେଉଁଥିରେ ମେଦେହ ହୋଜବ୍ରୀ(୧୮) ନିୟମ ଉଲଂଘନ କରିଥିବା ସ୍ୱୀକାର କରିଛନ୍ତି ଯେ ସେ ଏହା ଜାଣିଶୁଣି କରି ନାହାନ୍ତି । ଏହା ସ୍ପଷ୍ଟ ହୋଇ ନାହିଁ ଯେ ସେ ଏପରି ବୟାନ ସେ କୌଣସି ଚାପରେ ଦେଇଛନ୍ତି କି ନାହିଁ ।

ମେଦେହ ନିଜ ଅକାଉଂଟରେ ପାଖାପାଖି ୩୦୦ଭିଡିଓ ଅପଲୋଡ କରିଛନ୍ତି ଯେଉଁଥିରେ ସେ ଅନେକ ଭିଡିଓରେ ଡ୍ୟାନ୍ସ କରିଥିବାର ନଜର ଆସିଛନ୍ତି । ଭିଡିଓରେ ସେ ଇସଲାମି ହିଜାବ ପିନ୍ଧି ନାହାନ୍ତି । ଇନଷ୍ଟାଗ୍ରାମରେ ତାଙ୍କର ୪୩୦୦୦ଫଲୋର୍ସ ଅଛନ୍ତି ।

ଈରାନୀ ପୁଲିସ କହିଛନ୍ତି ଯେ ଇନଷ୍ଟ୍ରଗ୍ରାମ ଏହିଭଳି ଅନେକ ଅକାଉଂଟ ବନ୍ଦ କରିବା ପାଇଁ ନିର୍ଣ୍ଣୟ ନେଇଛି ଏବଂ ନ୍ୟାୟପାଳିକା ଏହି ସମସ୍ତ ସାଇଟ ବନ୍ଦ କରିବା ଲାଗି ଯୋଜନା ପ୍ରସ୍ତୁତ କରୁଛନ୍ତି । ଈରାନରେ ଫେସବୁକ, ଟ୍ୱିଟର ଏବଂ ଅନେକ ସୋସିଆଲ ମିଡିଆ ଆଗରୁ ବନ୍ଦ କରି ରଖୁଛନ୍ତି । ମାତ୍ର କିଛି ଈରାନୀ ବିପିଏନ ଜରିଆରେ ଏହାର ବ୍ୟବହାର କରୁଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More