Only for Entertainment

ଆଇଆରସିଟିସିର ଏହି ଟୁର ପ୍ୟାକେଜରେ ଶ୍ରାବଣ ମାସରେ କରିବେ ଜ୍ୟୋର୍ତିଲିଙ୍ଗ ଦର୍ଶନ !

Amar Ujala
64

ଶ୍ରାବଣ ମାସ ଆସିବା ଦିନରୁ ହିଁ ଶ୍ରଦ୍ଧାଳୁ ଭଗବାନ ଶିବଙ୍କ ଦର୍ଶନ ପାଇଁ ଅନେକ ପ୍ଲାନ କରିଥାଆନ୍ତି । ଶ୍ରାବଣ ମାସରେ ଭକ୍ତ ଜ୍ୟୋର୍ତିଲିଙ୍ଗକୁ ଦର୍ଶନ କରିବା ପାଇଁ ଯାଆନ୍ତି । ଏସମସ୍ତକୁ ଧ୍ୟାନରେ ରଖି ଭାରତୀୟ ରେଳବାଇ କ୍ୟାଟରିଂ ଆଣ୍ଡ ଟୁରିଜିମ କର୍ପୋରେଶନ ଏକ ଟୁର ପ୍ୟାକେଜର ଅଫର ନେଇ ଆସିଛନ୍ତି । ଆଇଆରସିଟିସିର ଏହି ପ୍ୟାକେଜର ନାଁ ‘ଜର୍ଣ୍ଣି ଟୁ ମାଲୱା’ ଅଟେ ।

୪ରାତି ଏବଂ ୫ଦିନର ଏହି ପ୍ୟାକେଜରେ ଆପଣ ଉଜ୍ଜୈନ, ଓଁକାରେଶ୍ୱର, ମହେଶ୍ୱର ଏବଂ ଇନ୍ଦୋରରେ ଦର୍ଶନ କରିବା ପାଇଁ ମଉକା ମିଳିବ । ଟୁର ଆରମ୍ଭ ୧ଅଗଷ୍ଟର ପ୍ରତି ଗୁରୁବାର ନୂଆଦିଲ୍ଲୀରୁ ହେବ । ଏହି ଟ୍ରେନ ରାତି ୧୦ଟାରେ ବାହାରିବ । ଏହି ଯାତ୍ରାରେ ୩ଟାୟାର ଏସିର ସୁବିଧା ଦିଆଯିବ ।

ଏହି ଟୁର ପ୍ୟାକେଜରେ ଯଦି ୩ଜଣ ଲୋକ ବୁକିଂ କରନ୍ତି ତେବେ ଆପଣଙ୍କୁ ୧୦୭୬୦ଟଙ୍କା ପ୍ରତି ବ୍ୟକ୍ତି ପାଇଁ ଖର୍ଚ୍ଚ କରିବାକୁ ପଡିବ । ଜଣେ ଲୋକ ବୁକିଂ କଲେ ଆପଣକ୍ଟ୍କୁ ୨୦୨୦୦ଟଙ୍କା ଦେବାକୁ ପଡିବ । ଏହାବ୍ୟତୀତ ଯଦି ୫ରୁ ୧୧ବର୍ଷର ଛୁଆ ଅଛି ତେବେ ଛୁଆ ବାବଦକୁ ୬୯୧୦ଟଙ୍କା ଦେବାକୁ ପଡିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More