Only for Entertainment

କ୍ରିକେଟ ପଡିଆରେ କମାଲ କରିବା ପରେ ଫିଲ୍ମରେ ନଜର ଆସିବେ ଏହି ଦଇ ଷ୍ଟାର କ୍ରିକେଟର

latestly
29

ପୂର୍ବ ଭାରତୀୟ କ୍ରିକେଟର ଇରଫାନ ପଠାନ ଏବଂ ହରଭଜନ ସିଂ ତାମିଲ ଫିଲ୍ମ ଜରିଆରେ ନିଜର ଆକ୍ଟିଂ କ୍ୟାରିଅର ଆରମ୍ଭ କରିବାକୁ ଯାଉଛନ୍ତି । ଇରଫାନ ତାମିଲ ସୁପରଷ୍ଟାର ବିକ୍ରମ ଅଭିନିତ ଏକ ଫିଲ୍ମରେ ପ୍ରମୁଖ ଭୂମିକାରେ ନଜର ଆସିବେ । ସେହିପରି ହରଭଜନ ସିଂ ଡିକ୍କିଲୁନା ନାମକ ଏକ ଫିଲ୍ମରେ ଡେବ୍ୟୁ କରିବେ ।

ଇରଫାନ ପଠାନଙ୍କ ଫିଲ୍ମର ନାମ ରହିଛି ‘ବିକ୍ରମ ୫୮’ । ସେ ସାଉଥର ଫେମସ ଅଭିନେତା ବିକ୍ରମଙ୍କ ସହିତ ସ୍କ୍ରିନ ସେୟାର କରିବେ । ଏହାର ସୂଚନା ଇରଫାନ ନିଜ ଟ୍ୱିଟର ଆକାଉଣ୍ଟରେ ଦେଇଛନ୍ତି । ଏହା ସହିତ ଫିଲ୍ମର ନିର୍ମାତା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ଇରଫାନ ତାଙ୍କ ସହିତ ଆଗାମୀ ଫିଲ୍ମରେ ନଜର ଆସିବେ । ଫିଲ୍ମର ନିର୍ଦ୍ଦେଶନା ଦେବେ ଅଜୟ ଜ୍ଞାନମୁଥୁ । ଫିଲ୍ମର ସୁଟିଂ ଖୁବ ଶୀଘ୍ର ଆରମ୍ଭ ହେବ ।

ସେହିପରି ହରଭଜନ ମଧ୍ୟ ନିଜ ଟ୍ୱିଟର ଆକାଉଣ୍ଟରେ ତାଙ୍କ ଡେବ୍ୟୁ ଫିଲ୍ମ ବିଷୟରେ ସୂଚନା ଦେଇଛନ୍ତି । ଏହି ଫିଲ୍ମର ନିର୍ଦ୍ଦେ ଶନା ଦେବେ ସଂଥାନମ ଏବଂ କାର୍ତ୍ତିକ ତ୍ୟାଗୀ । ଫିଲ୍ମକୁ ପ୍ରଡ୍ୟୁସ କରିବେ କେଜେଆର ଷ୍ଟୁଡିଓ ଏବଂ ସେଲ୍ଡର୍ସ ଫ୍ୟାକ୍ଟୋରୀ ।

କହିରଖୁଛୁ ଯେ, ଇରଫାନ ପଠାନ ଏବଂ ହରଭଜନ ସିଂଙ୍କର ଚେନ୍ନାଇ ସହିତ କନେକ୍ସନ ରହିଛି । ଦୁଇ କ୍ରିକେଟର ଚେନ୍ନାଇ ସୁପର କିଙ୍ଗସ ପାଇଁ ଖେଳିଛନ୍ତି । ଏବେ ଦେଖିବାକୁ ବାକି ରହିଲା ଏହି ଦୁଇ କ୍ରିକେଟର କ୍ରିକେଟ ପଡିଆରେ ଯେଉଁ କମାଲ କରିଛନ୍ତି ତାହା ଆକ୍ଟିଂରେ କରିପାରୁଛନ୍ତି କି ନାହିଁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More