Only for Entertainment

ବିଶାଲ ଭରଦ୍ୱାଜଙ୍କ ଫିଲ୍ମ ସୁଟିଂ ହେଲା ଅଟକ, ଦୀପିକା ଏବଂ ଇରଫାନ ହେଉଛନ୍ତି ଏହାର କାରଣ !

indiatoday
0 53

ଏସ ହୁସେନ ଜୈଦିଙ୍କ ପୁସ୍ତକ ‘ମାଫିଆ କ୍ୱିନ’ଉପରେ ଆଧାରିତ ବିଶାଲ ଭରଦ୍ୱାଜଙ୍କ ଫିଲ୍ମରେ ଦୀପିକା ପାଦୁକୋଣ ଏବଂ ଇରଫାନ ଖାନଙ୍କୁ ଏକା ସାଙ୍ଗରେ ପୁଣିଥରେ ପରଦାରେ ଦେଖିବାକୁ ମିଳିବ । ଫିଲ୍ମ ‘ପିକୁ’ପରେ ଏହା ତାଙ୍କର ଦ୍ୱିତୀୟ ଫିଲ୍ମ ଯେଉଁଥିରେ ଏକା ସାଙ୍ଗେ ଏମାନେ ଅଭିନୟ କରିଛନ୍ତି ।

ବିଶେଷ ସୂତ୍ରରୁ ପ୍ରକାଶ ଯେ ବିଶାଲଙ୍କ ଏହି ଫିଲ୍ମର ସୁଟିଂ କିଛି ଦିନ ପାଇଁ ଆଗକୁ ଘୁଂଚି ଯାଇଛି । ପ୍ରଥମେ ଏହି ଫିଲ୍ମର ସୁଟିଂ ମାର୍ଚ୍ଚ ମାସର ପ୍ରଥମ ସପ୍ତାହରେ ଆରମ୍ଭ ହେବାର ଥିଲା ମାତ୍ର ଏହାର ସମୟ ପରିବର୍ତ୍ତନ ହୋଇଛି । ଏହାର କାରଣ ବିଶାଲ ସୋସିଆଲ ମିଡିଆରେ ସେୟାର କରିଛନ୍ତି ।

ଇରଫାନଙ୍କୁ ଜଣ୍ଡିସ ହୋଇଛି ଏବଂ ଦୀପିକାଙ୍କର ‘ପଦ୍ମାବତୀ’ଫିଲ୍ମ ପରେ ଅଂଟାରେ ଯନ୍ତ୍ରଣା ହେଉଛି ବୋଲି ସେ ସୋସିଆଏ ମିଡିଆରେ ପୋଷ୍ଟ କରଛନ୍ତି । ଏହାର ଅର୍ଥ ହେଉଛି ଦୁହେଁ ବର୍ତ୍ତମାନ କାମ କରିବା ପାଇଁ ପ୍ରସ୍ତୁତ ନୁହଁନ୍ତି । ଏହି କାରଣ ଯୋଗୁଁ ସୁଟିଂର ତାରିଖ ଘୁଂଚାଇ ଦିଆଯାଇଛି ।

ଫିଲ୍ମର ସ୍କ୍ରିପ୍ଟ ଦୁଇ ତିନି ବର୍ଷ ପୂର୍ବେ ଲେଖା ଯାଇଥିଲା ଏବଂ ଏହାକୁ ସେ ନିର୍ଦ୍ଧେଶନା ଦେବେ ଏବଂ ଏହି ଫିଲ୍ମରେ ଦୀପିକାଙ୍କ ସହ କାମ କରିବେ ବୋଲି ଫିଲ୍ମ ସମ୍ବନ୍ଧରେ କଥା ହେବା ସମୟରେ ବିଶାଲ କହିଥିଲେ । ତାଙ୍କୁ ଦୀପିକାଙ୍କ କାମ ପସନ୍ଦ ଏବଂ ସେ ଅତ୍ୟନ୍ତ ସୁନ୍ଦର ଏବଂ ପ୍ରତିଭାଶାଳୀ ଥିବା ବିଶାଲ ମଧ୍ୟ କହିଛନ୍ତି ।

ବିଶାଲ ପୂର୍ବେ ‘ହୈଦର’,‘ଓମକାରା’,‘କମିନେ’,‘ଦୃଶ୍ୟମ’ଭଳି ଚମତ୍କାର ଫିଲ୍ମର ନିର୍ଦ୍ଧେଶନା ଦେଇଥିଲେ । ସେହିଭଳି ଇରଫାନ ଖାନ ବିଶାଲ ଭରଦ୍ୱାଜଙ୍କର ପସନ୍ଦିତା ଅଭିନେତା ଅଟନ୍ତି । ଇରଫାନ ବିଶାଲଙ୍କ ‘ତଲବାର’, ‘ମଦାରୀ’ଏବଂ ‘ମକବୁଲ’ଭଳି ଅନେକ ଫିଲ୍ମରେ କାମ କରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More