Only for Entertainment

୮ମାସ ପରେ ଭାରତ ଫେରିଲେ ଇରଫାନ, ଏୟାରପୋର୍ଟରେ ଚେହେରା ଲୁଚାଉଥିବାର ଆସିଲେ ନଜର !

22

ବଲିଉଡ ଅଭିନେତା ଇରଫାନ ଖାନ ୮ମାସ ପରେ ଲଣ୍ଡନରେ ନିଜ ଚିକିତ୍ସା କରି ଭାରତ ଫେରିଛନ୍ତି । ନିକଟରେ ଏୟାରପୋର୍ଟରୁ କିଛି ଫଟୋ ସାମ୍ନାକୁ ଆସିଛି । ଫଟୋରେ ଇରଫାନ ମୁହଁରେ ରୁମାଲ ବାନ୍ଧି ଥିବାର ନଜର ଆସିଛନ୍ତି । ଏଭଳି ସେ ମିଡିଆରୁ ବଂଚିବା ପାଇଁ କରିଥିଲେ । ଇରଫାନ ଆଖିରେ ଚଷମା ଲଗାଇଥିଲେ ଏବଂ ତାଙ୍କ ହାତରେ ହଳଦିଆ ରଂଗର ବ୍ୟାଗ ଥିଲା ।

ଏଠାରେ ଆମେ କହି ରଖୁଛୁ ଯେ ସେ ନ୍ୟୁରୋ ଇଣ୍ଡୋକ୍ରାଈନ ଟ୍ୟୁମର ନାମକ ରୋଗରେ ପୀଡିତ ଥିଲେ , ଯାହାର ଚିକିତ୍ସା କରିବା ପାଇଁ ସେ ଲଣ୍ଡନ ଯାଇଥିଲେ । ନିଜ କ୍ୟାନସର ବିଷୟରେ ଇରଫାନ ସୋସିଆଲ ମିଡିଆରେ ଜଣାଇଥିଲେ ।

ଖବର ମୁତାବକ ଇରଫାନଙ୍କୁ ଏହି ରୋଗ ହିନ୍ଦୀ ମିଡିୟମ ଫିଲ୍ମ ସୁଟିଂ ବେଳେ ଥିଲା । ଶେଷ ଥର ସେ ଫିଲ୍ମ କାରବାଁ ରେ ନଜର ଆସିଥିଲେ । ଏହି ଫିଲ୍ମରେ ସେ ଦଲକିର ସଲମାନଙ୍କ ସହ କାମ କରିଥିଲେ ।

ୱାର୍କଫ୍ରଂଟ ବିଷୟରେ କହିବାକୁ ଗଲେ ଇରଫାନ ଫିଲ୍ମ ‘ହିନ୍ଦୀ ମିଡିଅମ୨’ ଜରିଆରେ ପୁଣିଥରେ ପରଦାରେ ନଜର ଆସିବେ , ମାତ୍ର ଏହି ଖବରର କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More