Only for Entertainment

ବ୍ରେକଅପ ପରେ ମଧ୍ୟ ମୌନୀ ଏବଂ ମୋହିତ ଦୁହେଁ ଦୁହିଁଙ୍କ ସହ ଫୋନରେ ଘଂଟା ଘଂଟା ହେଉଛନ୍ତି କଥାବର୍ତ୍ତା!

Deccan Chronicle
36

ଟିଭି ଦୁନିଆରୁ ବାହାରି ବଲିଉଡରେ ଧମାଲ ମଚାଉଥିବା ମୌନୀ ରୟ ଯୁଆଡେ ଯାଆନ୍ତି ଧମାଲ ମଚାନ୍ତି । ମୋନି ନିଜର ମୁହଁ ଖୋଲା ରାୟ ପାଇଁ ସବୁବେଳେ ଚର୍ଚ୍ଚାରେ ରହି ଥାଆନ୍ତି । ବିଗତ କିଛି ମାସ ପୂର୍ବେ ମୌନୀ ନିଜ ପ୍ରଥମ ଫିଲ୍ମ ଗୋଲ୍ଡ ପ୍ରମୋଶନ କରିବା ସମୟରେ ମୋହିତ ରୈନାଙ୍କୁ ନେଇ ଏଭଳି ବୟାନ ଦେଇଥିଲେ ଯାହାକୁ ଶୁଣି କେହି ବି ଅବାକ୍ ହୋଇଯିବେ ।

ଅସଲରେ ପ୍ରମୋଶନ ସମୟରେ ମୋହିତଙ୍କ ବିଷୟରେ ମୌନୀଙ୍କୁ ପଚରାଯିବାରୁ ସେ ରିପ୍ଲାଇ କରିଥିଲେ ଯେ ତାଙ୍କର ମୋହିତଙ୍କ ସହ ବନ୍ଧୁତା ମଧ୍ୟ ନାହିଁ । ଯାହାକୁ ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଆଜି ପର୍ଯ୍ୟନ୍ତ କିଛି ଲୋକ ଏଭଳି ମଧ୍ୟ ଭାବୁଛନ୍ତି ଦୁହିଁଙ୍କ ମଧ୍ୟରେ ଏଭଳି କଣ ହୋଇଛି ଯେ ମିଡିଆ ସାମ୍ନାରେ ମୌନୀ ଏତେ ବଡ ବୟାନ ଦେଇଥିଲେ ।

ଏବେ ଏହି ଖବର ଶୁଣି ଯେଉଁ ଫ୍ୟାନ୍ସ ମାନଙ୍କୁ ଝଟକା ଲାଗିଥିଲା ସେମାନଙ୍କ ପାଇଁ ଖୁସି ଖବର । ଏକ ଖବର ମୂତାବକ ମୋହିତ ଏବଂ ମୌନୀଙ୍କ ସହ ବନ୍ଧୁତ୍ୱ ସମ୍ପର୍କ ଏବେ ପର୍ଯ୍ୟନ୍ତ କାୟମ ରହିଛି । ଏମିତିକି ମୌନୀ ଏବଂ ମୋହିତ ନିଜ ଜୀବନ ସହ ଜଡିତ ଅନେକ କଥା ମଧ୍ୟ ଶେୟାର କରିଛନ୍ତି । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ମୋହିତଙ୍କ ସହ ଗୋଲ୍ଡ ଫିଲ୍ମ ସମୟରେ ମଧ୍ୟ ସେ ଲଗାତାର କଥା ହେଉଥିଲେ ଏବଂ ତାଙ୍କ ଠାରୁ ନିଜର କ୍ୟାରିଅର ସମ୍ପର୍କରେ ଅନେକ ମତ ମଧ୍ୟ ନେଉଥିଲେ । ଏହି ସମସ୍ତ କଥାରୁ ସ୍ପଷ୍ଟ ହେଉଛି ଯେ ମୌନୀ ଏବଂ ରୋହିତଙ୍କ ମଧ୍ୟରେ ବିଚ୍ଛେଦ ହେଲେ ମଧ୍ୟ ତାଙ୍କ ସମ୍ପର୍କରେ କୌଣସି ବାଧା ସୃଷ୍ଟି ହୋଇ ନାହିଁ । ମାତ୍ର ଏହି ସମସ୍ତ ଖବର ଅନେକ ପ୍ରଶ୍ନ ସଭିଁଙ୍କ ମନରେ ଏବେ ଉଙ୍କି ମାରୁଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More