Only for Entertainment

ପ୍ରିୟଙ୍କାଙ୍କ ସହିତ ଭାରତ ଫେରିବେ କି ନିକ ?

you tube
0 35

ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଓ ହଲିଉଡ ଗାୟକ ନିକ ଜୋନସଙ୍କ ସମ୍ପର୍କ ଧିରେ ଧିରେ ବଢିବାରେ ଲାଗିଛି । ପ୍ରତ୍ୟେକ ସ୍ଥାନରେ ଦୁହିଁଙ୍କୁ ଏକାଠି ଦେଖିବାକୁ ମିଳୁଛି । ନିକଟରେ ପ୍ରିୟଙ୍କା ନିଜ ପରିବାର ସହ ସାକ୍ଷାତ କରିବା ପାଇଁ ନିକଙ୍କୁ ଭାରତ ଆଣିଥିଲେ । ଭାରତରେ ଉଭୟ ବିଭିନ୍ନ ସ୍ଥାନ ବୁଲିବା ସହ କୋଟିପତି ମୁକେଶ ଅମ୍ବାନୀଙ୍କ ପୁଅ ଆକାଶ ଅମ୍ବାନୀଙ୍କ ନିର୍ବନ୍ଧରେ ଦୁହେଁ ଯୋଗ ଦେଇଥିଲେ ।

priyanka nad nick.

ଭାରତରେ କିଛି ଦିନ ରହିବା ପରେ ଉଭୟ ବ୍ରାଜିଲକୁ ଯାଇଥିଲେ । ସେଠାରେ ଏକ ଶୋ’ରେ ଦୁହେଁ ଉପସ୍ଥିତ ଥିଲେ । ନିକ ଶୋ’ରେ ଗୀତ ଗାଇ ନିଜେ ଝୁମିବା ସହ ଦର୍ଶକଙ୍କୁ ମଧ୍ୟ ଝୁମାଇଥିଲେ । ଏପଟେ ପ୍ରିୟଙ୍କା ଭି.ଆଇ.ପି ସିଟ ରୁ ନିକ ନିକ କହି ଚିଲାଉଥିଲେ । ତେବେ ଏହି ଶୋ’ର କିଛି ଫଟୋ ପ୍ରିୟଙ୍କା ନିଜ ସୋସିଆଲ ମିଡ଼ିଆରେ ସେୟାର କରିଥିବା ଖବର ତ ଆମେ ଆପଣଙ୍କୁ ପୂର୍ବରୁ ଦେଇଥିଲୁ ।

ଏବେ ଖବର ଶୁଣିବାକୁ ମିଳୁଛି ଯେ ଖୁବ ଶୀଘ୍ର ପ୍ରିୟଙ୍କା ‘ଭାରତ’ ଫିଲ୍ମର ସୁଟିଂ କରିବା ପାଇଁ ଭାରତ ଫେରୁଛନ୍ତି । ତାଙ୍କ ସହ ନିକଙ୍କୁ ସାଙ୍ଗରେ ଧରି ଫେରିବେ ବୋଲି ଜଣା ପଡ଼ିଛି । ତେବେ ଏହି ଖବର କେତେ ଦୂର ସତ ତାହା ସମୟ ଆସିଲେ ଜଣାପଡିବ । ଏହି ଫିଲ୍ମରେ ସଲମାନ ତାଙ୍କ ନାୟକ ଭୂମିକାରେ ଦେଖାଦେବେ । ଏହା ସହ ଫିଲ୍ମଟିରେ ପ୍ରିୟଙ୍କାଙ୍କ ସହ ଦିଶା ପଟାନି ନଜର ଆସିବେ । ଏହାର ନିର୍ଦ୍ଦେଶନା ଦେବେ ଅଲି ଆବାସ ଜଫର । ସୂଚନା ଅନୁସାରେ ଭାରତ କୋରିଆନ ଫିଲ୍ମ “ଓଡ ଟୁ ମାଇଁ ଫାଦର’ର ଏକ ରିମେକ ଫିଲ୍ମ । ଫିଲ୍ମଟି ୨୦୧୯ ଇଦରେ ରିଲିଜ ହେବ ବୋଲି ଜଣା ପଡିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More