Only for Entertainment

ସଲମାନ ଖାନଙ୍କ ସହ ‘ୱାଂଟେଡ୨’ ବନାଇବେ ପ୍ରଭୁଦେବା !

21

ସଲମାନ ଖାନ ବଲିଉଡ ଜଗତର ସବୁଠାରୁ ପପୁଲାର କଳାକାରଙ୍କ ମଧ୍ୟରେ ଜଣେ ଅଟନ୍ତି । ସେ ନିଜ କ୍ୟାରିଅରରେ ଅନେକ ସୁପରହିଟ ଫିଲ୍ମ ଦେଇଛନ୍ତି । ଏହି ଫିଲ୍ମ ମଧ୍ୟରୁ ତାଙ୍କର ୨୦୦୯ରେ ଆସିଥିବା ଫିଲ୍ମ ‘ୱାଂଟେଡ’ ମଧ୍ୟ ସାମିଲ ରହିଛି । ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ପ୍ରଭୁଦେବା । ଏହି ଫିଲ୍ମରେ ସଲମାନଙ୍କ ବ୍ୟତୀତ ଆଇଶା ଟାକିଆ, ପ୍ରକାଶ ରାଜ ଏବଂ ବିନୋଦ ଖନ୍ନା ମୁଖ୍ୟ ଭୂମିକାରେ ନଜର ଆସିଥିଲେ ।

କିଛି ବର୍ଷ ପୂର୍ବେ ଅନେକ ସମୟରେ ଏଭଳି ଚର୍ଚ୍ଚା ସାମ୍ନାକୁ ଆସିଥିଲା ସେ ୱାଂଟେଡ’ର ସିକ୍ୱେଲ ହୋଇପାରେ । ପ୍ରଭୁଦେବା ଚଳିତ ସମୟରେ ସଲମାନଙ୍କ ଫିଲ୍ମ ‘ଦବଙ୍ଗ୩’ର ନିର୍ଦ୍ଦେଶନା କରୁଛନ୍ତି । ଯେତେବେଳେ ତାଙ୍କୁ ଏସମ୍ପର୍କରେ ପଚରାଯାଇଥିଲା ସେ କହିଥିଲେ ଏବେ ପର୍ଯ୍ୟନ୍ତ ‘ୱାଂଟେଡ୨’ଫିଲ୍ମ ପାଇଁ କୌଣସି ପ୍ଲାନ ହୋଇନାହିଁ କିନ୍ତୁ କିଛି ଜଣା ନାହିଁ ହୁଏତ ଭବିଷ୍ୟତରେ ଏପରି ପ୍ଲାନ ହୋଇ ପାରେ ।

ସେହିପରି ସଲମାନଙ୍କ ପାଖରେ ଅନେକ ଫିଲ୍ମ ରହିଛି । ନିକଟରେ ତାଙ୍କ ଫିଲ୍ମ ଭାରତ ରିଲିଜ ହୋଇଥିଲା । ଦବଙ୍ଗ୩’ର ସୁଟିଂ ପୂରା ହେବା ପରେ ସଲମାନ ଖାନ , ସଂଜୟ ଲୀଲା ଭଂସାଲୀଙ୍କ ଫିଲ୍ମ ‘ଇଂଶାଅଲ୍ଲାହ’ରେ କାମ କରିବେ । ଏହି ଫିଲ୍ମରେ ପ୍ରଥମ ଥର ସଲମାନ ଖାନଙ୍କ ସହ ଆଲିୟା ଭଟ୍ଟ ମଧ୍ୟ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More