Only for Entertainment

ପ୍ରିୟଙ୍କା ଓ ନିକଙ୍କୁ ନେଇ ଯାହା ଲେଖିଲେ ଲେଖିକା ଆପଣ ନିନ୍ଦା ନ କରି ରହିପାରିବେ ନାହିଁ ।

zeenews
22

ବଲିଉଡରୁ ଆରମ୍ଭ କରି ହଲିଉଡ ପର୍ଯ୍ୟନ୍ତ ନିଜର ଜଲୱା ଦେଖାଇଥିବା ପ୍ରିୟଙ୍କା ଚୋପ୍ରା ବିଦେଶୀ ବାବୁ ନିକ ଜୋନସଙ୍କୁ ବିବାହ କରି ସାରିଛନ୍ତି ।ବିବାହର ବିଧିର କିଛି ଝଲକ ଏହି ଯୋଡ଼ି ଆମ ମାନଙ୍କ ସହିତ ଶେୟାର କରିଛନ୍ତି । ଏହି ଖୁସିର ସମୟ ମଧ୍ୟରେ ଦୁଇଜଣଙ୍କୁ ନେଇ ଏଭଳି କିଛି କଥା ଉଠିଛି ଯାହାକୁ ଜାଣିବା ପରେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ ।
ବାସ୍ତବରେ ଦ କଟ ନାମକ ଏକ ଇଂଟରନେସନାଲ ମାଗାଜିନ ବୁଧବାରକୁ ପ୍ରିୟଙ୍କା ଏବଂ ନିକଙ୍କ ଉପରେ ଏକ ଆର୍ଟିକଲ ପ୍ରକାଶ କରିଛି ।ତାହାର ଟାଇଟଲ ହେଉଛି,କ’ଣ ପ୍ରିୟଙ୍କା ଚୋପ୍ରା ଏବଂ ନିକ ଜୋନଙ୍କ ବିବାହ ସତ୍ୟ?’ ।ଆର୍ଟିକିଲରେ ବିବାହକୁ ଏକ ଧୋକା ଲେଖାଯାଇଛି । କୁହାଯାଇଛି ଏହା ନିକଙ୍କ ଇଛା ବରୁଦ୍ଧରେ ହୋଇଛି ତାହା ପୁଣି ଜବରଦସ୍ତ ।ତେବେ ମାରିୟା ସ୍ମିଥ ନାମକ ଜଣେ ଲେଖିକା ଏହି ଆର୍ଟିକିଲ ଲେଖିଛନ୍ତି ।ଏହା ସହିତ ସେଥିରେ ଲେଖାଅଛିେଯେ ୨୭ ବର୍ଷର ନିକଙ୍କର ଏହା ବିବାହ ପାଇଁ ଉଚିତ ସମୟ ନଥିଲା,କିନ୍ତୁ ପ୍ରିୟଙ୍କାଙ୍କ ପାଇଁ ଥିଲା ।ଏହା ସହିତ ଆର୍ଟିକିଲରେ ଲେଖାଅଛିଯେ ନିକ ପ୍ରିୟଙ୍କାଙ୍କୁ ବାହା ହୋଇ ସାରା ଜୀବନ ବନ୍ଦୀ ହୋଇ ଯାଇଛନ୍ତି । କେବଳ ସେତିକି ନୁହେଁ ପ୍ରିୟଙ୍କାଙ୍କୁ ଘୋଟାଲା ଆର୍ଟିଷ୍ଟ ବୋଲି ମଧ୍ୟ ପ୍ରକାଶିତ ହୋଇଛି । ଆଟିକିଲରେ ଶେଷକୁ ଲେଖାଅଛିଯେ ଏହି ଘୋଟାଲା ଆର୍ଟିଷ୍ଟ ନିକକୁ ଘୋଡ଼ା ଉପରେ ବସାଇ ପୂରା ବାହାଘର କରିଦେଲା କିନ୍ତୁ ଥରେ ମଧ୍ୟ ପଚାରିଲା ନାହିଁଯେ ସେ ଘୋଡ଼ା ଉପରେ କମ୍ଫର୍ଟେବଲ ନା ନୁହେଁ ।ପରିଶେଷରେ ଲେଖାଅଛିଯେ ନିକ ତୁମେ ଯଦି ଏହି ଆର୍ଟିକିଲ ପଢୁଛ ତେବେ ସେହି ଘୋଡ଼ା ଉପରେ ବସି ଗାୟବ ହୋଇଯାଅ ।

ତେବେ ଏହି ଘଟଣାକୁ ସୋନମ କପୁରଙ୍କ ଠାରୁ ଆରମ୍ଭ କରି ଅନ୍ୟ ସେଲିବ୍ରେଟୀ ମାନେ ନିନ୍ଦା କରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More