Only for Entertainment

ଏତେ ଦିନ ପରେ ସାମ୍ନାକୁ ଆସିଲା କାରଣ, କାହିଁକି ସଲମାନଙ୍କୁ ଫିଲ୍ମରେ କାଷ୍ଟ କରିବା ପୂର୍ବରୁ ସୁଟିଂକୁ ଅଟକାଇ ଦିଆଗଲା

kanaklifestyle
44

ଗତ କିଛି ଦିନ ପୂର୍ବରୁ ସଂଜୟ ଲୀଲା ଭଂସାଲୀ ଫିଲ୍ମ ଇଂଶାଆଲ୍ଲାହ ନିର୍ମାଣ କରିବା ପାଇଁ ଯୋଜନା କରି ସାରିଥିଲେ । ଯେଉଁଥିରେ ସେ ସଲମାନ ଓ ଆଲିୟା ଭଟ୍ଟଙ୍କୁ ଷ୍ଟାରକାଷ୍ଟ ଭାବରେ ନେଇଥାନ୍ତେ । କିନ୍ତୁ ହଠାତ ଫିଲ୍ମର ସୁଟିଂ ବନ୍ଦ କରିଦେବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା, କେବଳ ସେତିକି ନୁହେଁ ନିଜେ ଆଲିୟା ଭଟ୍ଟ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ତେବେ ଏହା ପଛର ପ୍ରକୃତ କାରଣ କ’ଣ ଏହା ଏପର୍ଯ୍ୟନ୍ତ ସାମ୍ନାକୁ ଆସିନଥିଲା । ଫିଲ୍ମ ବନ୍ଦ ହେବାର ଏତେ ଦିନ ପରେ ଏବେ ଏହାର କାରଣ ସାମ୍ନାକୁ ଆସିଛି ।

ଖବର ଅନୁସାରେ ସଂଜୟ ଲୀଲା ଭଂସାଲୀ ଏହି ଫିଲ୍ମରେ ଏକ ଆଇଟମ ନମ୍ବରରେ ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରାଙ୍କୁ କାଷ୍ଟ କରିବାକୁ ଚାହୁଁଥିଲେ, କିନ୍ତୁ ସଲମାନ ଚାହୁଁଥିଲେ ଡେଜି ଶାହ ଏହି ଆଇଟମ ନମ୍ବର କରନ୍ତୁ । ଏହି କଥାରେ କିନ୍ତୁ ସଂଜୟ ଲୀଲା ଭଂସାଲୀ ରାଜି ହୋଇ ନଥିଲେ, ଯାହାପରେ ଫିଲ୍ମର ସୁଟିଂକୁ ବନ୍ଦ କରି ଦିଆଗଲା ।

କହିରଖୁଛୁ ଫିଲ୍ମ ଭାରତ ସୁଟିଂ ହେବାକୁ ୫ ଦିନ ବାକି ରହିଥିବା ବେଳେ ପ୍ରିୟଙ୍କା ଚୋପ୍ରା ଫିଲ୍ମ କରିବାକୁ ମନା କରି ଦେଇଥିଲେ । ତେବେ ଏହା ପଛର କାରଣ ଥିଲା ତାଙ୍କ ବିବାହ । ଯାହାପରେ ସଲମାନ ଓ ପ୍ରିୟଙ୍କାଙ୍କ ମଧ୍ୟରେ ମନମାଳିନ୍ୟ ହୋଇ ଥିବାର ଖବର ସାମ୍ନାକୁ ଆସିଥିଲା । ସେ ଯାହା ହେଉ ସବୁ ରାଗ ଭୁଲି ସଲମାନ ପ୍ରିୟଙ୍କାଙ୍କ ବିବାହରେ ପହଂଚିଥିଲେ ଏବଂ ପ୍ରିୟଙ୍କା ମଧ୍ୟ ବିବାହ ପରେ ସଲମାନଙ୍କ ଘରକୁ ଯାଇଥିଲେ ।

କେବଳ ସେତିକି ନୁହେଁ ଫିଲ୍ମ ବାଜିରାଓ ମସ୍ତାନୀରେ ସଂଜୟ ଲୀଲା ଭଂସାଲୀ ସଲମାନ ଓ ଐଶ୍ୱର୍ଯ୍ୟାଙ୍କୁ କାଷ୍ଟ କରିବାକୁ ଚାହୁଁଥିଲେ । କିନ୍ତୁ ଦୁଇଜଣଙ୍କ ସଂପର୍କ ଭଲ ନଥିବାରୁ ଫିଲ୍ମର ଅଭିନୟ କରିବାର ସମ୍ଭାବନା ଖୁବ କମ ଥିଲା, ଯାହାପରେ ରଣବୀର ଏବଂ ଦୀପିକାଙ୍କୁ କାଷ୍ଟ କରିଥିଲେ ସଂଜୟ । ତେବେ ସେ ଯାହା ହେଉ ଇଂଶାଆଲ୍ଲାହ ପରଦାକୁ ଆସୁ ଏହା ଦର୍ଶକଙ୍କ ଇଛା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More