Only for Entertainment

‘ମରଜାୱାଁ’ରେ କେବଳ କାମିଓ ଭୂମିକାରେ ନଜର ଆସିବେ କି ରକୁଲପ୍ରୀତ ସିଂ ?

Entertainment
28

ଯେବେଠାରୁ ସିଦ୍ଧାର୍ଥ ମଲହୋତ୍ରା, ତାରା ସୁତରିୟା ଏବଂ ରିତେଶ ଦେଶମୁଖଙ୍କ ଆଗାମୀ ଫିଲ୍ମ ‘ମରଜାୱାଁ’ର ଟ୍ରେଲର ରିଲିଜ ହୋଇଛି , ସେବେଠାରୁ ଫିଲ୍ମକୁ ନେଇ ଚର୍ଚ୍ଚା ଜୋର ଧରିଛି । ଏହି ଫିଲ୍ମରେ ରକୁଲଙ୍କ ଛୋଟ ଝଲକ ଦେଖିବାକୁ ମିଳିବ । ଏଭଳି ଶୁଣିବାକୁ ମିଳିଛି ଯେ ଫିଲ୍ମର ନିର୍ମାତା ରକୁଲଙ୍କ ଭୂମିକାକୁ ଏବେ ଲୁଚାଇ ରଖିଛନ୍ତି, ନଚେତ ତାଙ୍କ ଭୂମିକା ଛୋଟ ଅଟେ ।

rakul

ଫିଲ୍ମରେ ରିତେଶ ଦେଶମୁଖ ଜଣେ ବାମନ ବ୍ୟକ୍ତି ଭାବେ ନଜର ଆସିବେ ଏବଂ ଏହି ଫିଲ୍ମର ଖଳନାୟକ ଭୂମିକାରେ ନଜର ଆସିବେ । ରିତେଶ ଏବଂ ସିଦ୍ଧାର୍ଥଙ୍କ ଯୋଡି ‘ଏକ ବିଲେନ’ପରେ ପୁଣିଥରେ ଏକାଠି ନଜର ଆସିବେ ।

ଏବେ ଦେଖିବାକୁ ମଜାଦାର ଲାଗିବ ଯେ ଫିଲ୍ମରେ ରକୁଲଙ୍କ ଭୂମିକା କିପରି ଏବଂ କ’ଣ ରହିବ ? ରକୁଲପ୍ରୀତ ସିଂ ଏହାପୂର୍ବରୁ ଅଜୟ ଦେବଗନଙ୍କ ସହ କମେଡି ଫିଲ୍ମ ‘ଦେ ଦେ ପ୍ୟାର ଦେ’ରେ ନଜର ଆସିଥିଲେ । ଫ୍ୟାନ୍ସ ମାନେ ଏଭଳି ଅନୁମାନ କରୁଛନ୍ତି ଯେ ଜାଣିଶୁଣି ରକୁଲପ୍ରୀତଙ୍କ ଭୂମିକାକୁ କାଟି ଦେଇ ନାହାନ୍ତି ତ ! ତେବେ ଏସବୁ ଆସନ୍ତା ମାସ ଫିଲ୍ମ ରିଲିଜ ହେଲେ ହିଁ ଜଣା ପଡିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More