Only for Entertainment

ନିଜଠୁ ୧୫ ବର୍ଷ ସାନ ଏହି ଯୁବକକୁ ଡେଟ୍‌ କରୁଛନ୍ତି ସୁସ୍ମିତା, ଜାଣନ୍ତୁ କିଏ ସେହି ଯୁବକ?

Zee News
42

ବଲିଉଡ୍‌ ଅଭିନେତ୍ରୀ ସୁସ୍ମିତା ସେନ୍‌ ଫିଲ୍ମରୁ ନିଜକୁ ଦୂରରେ ରଖିଥିଲେ ମଧ୍ୟ ତାଙ୍କ ଆଫେଆର ପାଇଁ ସେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ଏବେ ସୁସ୍ମିତା ସୋସିଆଲ ମିଡ଼ିଆରେ ନିଜକୁ ଆକ୍ଟିଭ୍‌ ରଖୁଥିବା ବେଳେ ଅଧିକାଂଶ ପ୍ରସଙ୍ଗରେ ସେ ନିଜର ସ୍ୱତନ୍ତ୍ର ମତ ରଖିଥାନ୍ତି । ବଲିଉଡର ବିଭିନ୍ନ ଇଭେଣ୍ଟରେ ନଜର ଆସୁଥିବା ସୁସ୍ମିତା ଏବେ ଜଣେ ଯୁବକଙ୍କ ସହ ବିଭିନ୍ନ ଇଭେଣ୍ଟ ନଜର ଆସୁଥିବା ବେଳେ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ସୋସିଆଲ ମିଡ଼ିଆରେ ଦୁହିଁଙ୍କ ଫଟୋ ଭାଇରାଲ ହେଉଥିବା ବେଳେ ଯୁବକ ଜଣଙ୍କ କିଏ ବୋଲି ସମସ୍ତଙ୍କ ମନରେ ପ୍ରଶ୍ନ ଉଠିଛି । ତେବେ ସୁସ୍ମିତାଙ୍କୁ ସବୁ ସ୍ଥାନରେ ଯେଉଁ ଯୁବକଙ୍କ ସହ ଦେଖାଯାଉଛି ସେ ପେସାରେ ଜଣେ ମଡ଼େଲ ହୋଇଥିବା ବେଳେ ତାଙ୍କ ନାମ ରେହମାନ ସେଲ ବୋଲି ଜଣାପଡ଼ିଛି ।

Is-Sushmita-Senମିଳିଥିବା ସୂଚନା ଅନୁଯାୟୀ, ସୁସ୍ମିତା ଏବେ ରେହମାନଙ୍କୁ ଡ଼େଟ୍‌ କରିବା ଆରମ୍ଭ କରିଛନ୍ତି । ସବୁଠାରୁ ଗୁରୁତ୍ୱପୁର୍ଣ୍ଣ କଥା ହେଲା କିଛି ଦିନ ତଳେ ଅନୁଷ୍ଠିତ ହୋଇଥିବା ମୁମ୍ବାଇ ଫ୍ୟାଶନ ଉଇକ୍‌ରେ ସୁସ୍ମିତା ତାଙ୍କର ଦୁଇ ଝିଅ ଏବଂ ରେହମାନଙ୍କ ସହ ବସିଥିବାର ଦେଖାଯାଇଥିଲା । ସୁସ୍ମିତାଙ୍କୁ ଏବେ ୪୨ବର୍ଷ ହୋଇଥିବା ବେଳେ ରେହମାନଙ୍କୁ ଏବେ ୨୭ବର୍ଷ ହୋଇଥିବା ଜଣା ପଡ଼ିଛି । ଦୁହିଁଙ୍କ ମଧ୍ୟରେ ଥିବା ବୟସର ପାର୍ଥକ୍ୟ ପାଇଁ ଏବେ ଦୁହିଁଙ୍କ ପ୍ରେମ କାହାଣୀ ଚର୍ଚ୍ଚାର ବିଷୟ ପାଲଟିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More