Only for Entertainment

ସଲମାନ ନୁହେଁ ଏହି ଅଭିନେତାଙ୍କ ସହିତ ବଲିଉଡ ଡେବ୍ୟୁ କରିବେ କ୍ୟାଟ୍ରିନାଙ୍କ ଭଉଣୀ ଇସାବେଲ

zee news
0 47

ଫିଲ୍ମ ‘ହିରୋ’ ଜରିଆରେ ବଲିଉଡ ଡେବ୍ୟୁ କରିଥିବା ଅଭିନେତା ସୁରଜ ପଂଚୋଲୀ କିଛି ଦିନ ପୂର୍ବେ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ପୋଷ୍ଟ ଶେୟାର କରିଥିଲେ । ପୋଷ୍ଟ ଶେୟାର କରି ସେ ନିଜର ଆଗାମୀ ଫିଲ୍ମ ବିଷୟରେ ସୂଚନା ଦେଇଥିଲେ ଏହା ସହିତ ଫିଲ୍ମରେ ତାଙ୍କ ବିପକ୍ଷରେ କେଉଁ ନାୟିକା ନଜର ଆସିବେ ସେ ବିଷୟରେ ମଧ୍ୟ ସେ କହିଥିଲେ ।
ଖବର ଅନୁସାରେ ସୁରଜଙ୍କ ଏହି ଫିଲ୍ମରେ ତାଙ୍କ ବିପକ୍ଷରେ କ୍ୟାଟ୍ରିନାଙ୍କ ଭଉଣୀ ଇସାବେଲ କୈଫ ଲିଡ ରୋଲରେ ନଜର ଆସିବେ । ସୁରଜ ପୋଷ୍ଟରେ ଇସାବେଲଙ୍କର ଫଟୋ ମଧ୍ୟ ଶେୟାର କରିଥିଲେ । ଏଥିରୁ ସ୍ପଷ୍ଟ ହେଉଛି କି ସୁରଜଙ୍କ ଏହି ଫିଲ୍ମରେ ଇସାବେଲଙ୍କ ଜଲୱା ଦର୍ଶକ ଦେଖିବାକୁ ପାଇବେ ।

 

ସୁରଜ ସଲମାନଙ୍କ ଫିଲ୍ମ ‘ହିରୋ’ ଜରିଆରେ ବଲିଉଡ ଡେବ୍ୟୁ କରିଥିଲେ । ଏହାପରେ ତାଙ୍କୁ ପୁଣିଥରେ ବଡ ପରଦାରେ ଦେଖିବାକୁ ମିଳିବ । ଏହି ଫିଲ୍ମର ନାମ ରହିଛି ‘ଟାଇମ ଟୁ ଡ୍ୟାନ୍ସ’ । ଫିଲ୍ମର ଶ୍ରୀର୍ଷକରୁ ଜଣାପଡୁଛି ଯେ ଫିଲ୍ମ ଡ୍ୟାନ୍ସ ଉପରେ ଆଧାରିତ ହୋଇଥିବ ।

ରିପୋର୍ଟ ଅନୁସାରେ ଫିଲ୍ମରେ ସୁରଜ ଏବଂ ଇସାବେଲ ଲାଟିନ ଆମେରିକାନ ଡ୍ୟାମ୍ସ ଫର୍ମ ଯେପରି ସାଲସା, ଜୁମ୍ବା କରିବାର ନଜର ଆସିବେ । ଏହି ଫିଲ୍ମର କାହାଣୀକୁ ବଲିଉଡର ଜଣାଶୁଣା କେରିଓଗ୍ରାଫର ରେମୋ ଡିସୁଜା ଲେଖିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More