Only for Entertainment

ଧଡକ ଆକ୍ଟରଙ୍କ ସହିତ କାମ କରିବେ ସଂଜୟ ଲୀଲା ଭଂସାଲୀ, ଅଧିକ ଜାଣିବା ପାଇଁ ପଢନ୍ତୁ ଏହି ଖବର

Bollywood Bubble
23

ବଲିଉଡ ଅଭିନେତା ଇଶାନ ଖଟ୍ଟରଙ୍କୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି । ଖବର ଅନୁସାରେ ଇଶାନ ଖୁବ ଶୀଘ୍ର ଜଣେ ବଡ ଫିଲ୍ମମେକରଙ୍କ ସହିତ କାମ କରିବାକୁ ଯାଉଛନ୍ତି । ଆଜ୍ଞା ହଁ, ସେ ଆଉ କେହି ନୁହଁନ୍ତି ସେ ହେଉଛନ୍ତି ବଲିଉଡର ଜଣା-ଶୁଣା ନିର୍ଦ୍ଦେଶକ ସଂଜୟ ଲୀଲା ଭଂସାଲୀ । ଇଶାନଙ୍କୁ ଖୁବ ଶୀଘ୍ର ସଂଜୟ ଲୀଲା ଭଂସାଲୀଙ୍କ ଫିଲ୍ମରେ ଦେଖିବାକୁ ମିଳିବାରେ । ସେଥିପାଇଁ ସଂଜୟଙ୍କ ଟିମ ଇଶାନଙ୍କୁ ଆପ୍ରୋଚ କରିଛନ୍ତି । ଖବର ଅନୁସାରେ ସଂଜୟଙ୍କ ଏହି ଫିଲ୍ମରେ ଇଶାନ ଦମଦାର ଚରିତ୍ରରେ ନଜର ଆସିବେ । ଏହି ଖବରକୁ ନେଇ କୌଣସି ଅଫିସିଆଲ ଘୋଷଣା ହୋଇନଥିଲେ ମଧ୍ୟ ମିଡିଆରେ ଏହି ଖବର ଚର୍ଚ୍ଚାରେ ରହିଛି ।

ishaan

ସଂଜୟ ଲୀଲା ଭଂସାଲୀ, ଇଶାନ ଖଟ୍ଟରଙ୍କ ଫିଲ୍ମ ଧଡକ ଦେଖିବା ପରେ ତାଙ୍କୁ ସାଇନ କରିବା ପାଇଁ ମନବନଳାଇଛନ୍ତି । କାରଣ ଫିଲ୍ମରେ ଇଶାନଙ୍କ ଅଭିନୟ ତାଙ୍କୁ ଖୁବ ପ୍ରଭାବିତ କରିଛି । ଆପଣଙ୍କୁ କହିରଖୁଛୁ ଯେ, ଗତ ବର୍ଷ ରିଲିଜ ହୋଇଥିବା ଭଂସାଲୀଙ୍କ ଫିଲ୍ମ ‘ପହ୍ମାବତ’ରେ ସାହିଦ କପୁରଙ୍କୁ ଦେଖିବାକୁ ମିଳିଥିଲା । ଫିଲ୍ମରେ ରଣବୀର ସିଂ ଏବଂ ଦୀପିକା ପାଦୁକୋନଙ୍କ ସହିତ ସାହିଦ ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିଥିଲେ । ଏବେ ବଡ ଭାଇ ସାହିଦଙ୍କ ପରେ ଇଶାନ ଭଂସାଲୀଙ୍କ ସହିତ କାମ କରିବାକୁ ଯାଉଛନ୍ତି । ଦେଖିବା ବାକି ରହିଲା ମେକର୍ସ ଏହା ବିଷୟରେ କେବେ ଘୋଷଣା କରୁଛନ୍ତି ।

କହିରଖୁଛୁ ଯେ, ୨୦୧୮ ରିଲିଜ ହୋଇଥିବା ଫିଲ୍ମ ‘ଦ କ୍ଲାଇଡସ’ରୁ ନିଜ ଆକ୍ଟିଂ କ୍ୟାରିଅରର ଆରମ୍ଭ କରିଥିଲେ । ଏହା ପରେ ସେ ଫିଲ୍ମ ‘ଧଡକ’ରେ ନଜର ଆସିଥିଲେ । ଫିଲ୍ମରେ ଜାହ୍ନବୀ ଏବଂ ତାଙ୍କ ଯୋଡିକୁ ଲୋକେ ଖୁବ ପସନ୍ଦ କରିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More