Only for Entertainment

ରିଲିଜ ହେଲା ଫିଲ୍ମ ‘ପଲ୍ ପଲ୍ ଦିଲ୍ କେ ପାସ୍’ର ଡ୍ୟାନ୍ସ ନମ୍ବର ‘ଇସ୍କ ଛଲିୟା’, ଦେଖନ୍ତୁ

you tube
33

ଆଗାମୀ ବଲିଉଡ୍ ରୋମାଂଟିକ୍ – ଡ୍ରାମା ଫିଲ୍ମ ‘ପଲ୍ ପଲ୍ ଦିଲ୍ କେ ପାସ୍’ର ଡ୍ୟାନ୍ସ ନମ୍ବର ‘ଇସ୍କ ଛଲିୟା’ ମୁକ୍ତିଲାଭ କରିଛି । ଗୀତରେ ଫିଲ୍ମର ଲିଡ୍ ଷ୍ଟାର୍ କରଣ ଦେଓଲ୍ ଓ ସେହେର୍ ବାମ୍ବାଙ୍କୁ ଦେଖିବାକୁ ମିଳିଛି । ଉଭୟ ଏହି ଫିଲ୍ମ ଜରିଆରେ ବଲିଉଡ୍ ପରଦାରେ ଡେବ୍ୟୁ କରିବାକୁ ଯାଉଛନ୍ତି । ଧୁମ୍-ଧମାଲ୍ ମ୍ୟୁଜିକ୍ ସହ ନାୟକ – ନାୟିକାଙ୍କ ରୋମାନ୍ସ ଗୀତଟିକୁ କରିଛି ଆହୁରି ଆଟ୍ରାକ୍ଟିଭ୍ ।

ରିଲିଜ୍ ହୋଇଥିବା ଏହି ଗୀତରେ ଶୁଣିବାକୁ ମିଳିଛି କଣ୍ଠଶିଳ୍ପୀ ସାଚେତ୍ ଟଣ୍ଡନ୍ ଓ ପରମ୍ପରା ଠାକୁର୍ଙ୍କ ଜବରଦସ୍ତ ଗାୟିକୀ । ଏଥିରେ ସଙ୍ଗୀତର ଭାର ତୁଲାଇଛନ୍ତି ସାଚେତ୍ – ପରମ୍ପରା । ଆଉ ଏହାର ଲିରିକ୍ସ ଦେଇଛନ୍ତି ସିଦ୍ଧାର୍ଥ ଓ ଗରିମା । ସନ୍ନି ଦେଓଲ୍ ଓ ଜି ଷ୍ଟୁଡିଓଜର ମିଳିତ ପ୍ରଯୋଜନାରେ ପ୍ରସ୍ତୁତ ହୋଇଥିବା ଏହି ସିନେମାର ନିର୍ଦ୍ଦେଶନା ଭାର ତୁଲାଇଛନ୍ତି ନିଜେ ସନ୍ନି ଦେଓଲ୍ । ଫିଲ୍ମଟି ଆସନ୍ତା ସେପ୍ଟେମ୍ବର ୨୦ରେ ପରଦାକୁ ଆସିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More