Only for Entertainment

ରିଲିଜ ହେଲା ଆଗାମୀ ଫିଲ୍ମ ‘ବିଶ୍ୱରୂପମ୍ –୨’ ର ରୋମାଣ୍ଟିକ୍ ଗୀତ ‘ଇସ୍କ କିୟା ତୋ’ ।

YouTube
0 61

ସୁପରଷ୍ଟାର କମଲ ହାସନଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ବିଶ୍ୱରୂପମ୍–୨ ର ରୋମାଣ୍ଟିକ୍ ଗୀତ ଇସ୍କ କିୟା ତୋ ମୁକ୍ତିଲାଭ କରିଛି । ମୋହମ୍ମଦ୍ ଘିବରାନଙ୍କ ସଙ୍ଗୀତରେ ଏହି ଗୀତରେ କଣ୍ଠଦାନ କରିଛନ୍ତି ସତ୍ୟପ୍ରକାଶ, ଏବଂ ଆଣ୍ଡ୍ରିଆ ଜେମିରାହ । ଫିଲ୍ମର କାହାଣୀ ଓ ନିର୍ଦ୍ଦେଶନା ଦେଇଛନ୍ତି କମଲ ହାସନ୍ । ସିନେମାରେ ଭାରତୀୟ ସେନାର ଜଣେ ଅଫିସର୍ ଭୂମିକାରେ ନଜର ଆସିବେ କମଲ ହସନ୍ । ୧୦ ଅଗଷ୍ଟରେ ପରଦାକୁ ଆସିବ ବିଶ୍ୱରୂପମ୍ –୨ ।

ଫିଲ୍ମକୁ ହିନ୍ଦୀ ଏବଂ ତାମିଲ ଭାଷାରେ ସୁଟ କରଯାଇଥିବା ବେଳେ ତେଲଗୁ ଭାଷାରେ ଏହା ଡବିଂ ଭର୍ସନ ରିଲିଜ କରାଯିବ । କହିରଖୁଛୁ ଯେ ରିଲାଏନ୍‌ସ୍‌ ଏଣ୍ଟରଟେନ୍‌ମେଣ୍ଟ୍‌ ଓ ରୋହିତ ସେଟ୍ଟି ହିନ୍ଦୀ ଭର୍ସନର ବିତରକ ଅଛନ୍ତି । ଏହା ହେଉଛି ଫିଲ୍ମ ‘ବିଶ୍ୱରୂପମ’ର ସିକ୍ୱଲ । ଏହାର ଟ୍ରେଲର ଦର୍ଶକଙ୍କୁ ଖୁବ ପସନ୍ଦ ଆସିଥିବା ବେଳେ ଦର୍ଶକ ଫିଲ୍ମକୁ ଉତ୍ସାହର ସହିତ ଅପେକ୍ଷା କରି ରହିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More