Only for Entertainment

ରାଧିକା ଆପ୍ତେ: ବଲିଉଡ ଫିଲ୍ମରେ ନଗ୍ନ ଦୃଶ୍ୟ ଦେବା ପରେ ଆଡଲ୍ଟ ଫିଲ୍ମରୁ ଅଫର ଆସିଥିଲା

GQ india
83

ଫିଲ୍ମ ଇଣ୍ଡଷ୍ଟ୍ରିର ରଙ୍ଗୀନ ଦୁନିଆ ପଛରେଯେ କେତେ କଳା କାରନାମ ହେଉଛି ତାହାର ଜ୍ୱଳନ୍ତ ଉଦାହରଣ ବାରମ୍ବାର ସାମ୍ନାକୁ ଆସିଛି । ଏହାକୁ ନେଇ ଅଧିକାଂଶ ଚୁପ ରହୁଥିବା ବେଳେ କେହି କେହି ସହ୍ୟ କରିନପାରି ସବୁ ବଖାଣି ଦିଅନ୍ତି । ଏହିଭଳି ଘଟଣା ଗତବର୍ଷ ମି ଟୁ’ କ୍ୟାମ୍ପେନରେ ଦେଖା ଦେଇଥିବା ବେଳେ ଏହି ବର୍ଷ ମଧ୍ୟ ଚର୍ଚ୍ଚାକୁ ଆସିଛି । ତେବେ ଅଭିନେତ୍ରୀ ରାଧିକା ଆପ୍ତେ ଏହାକୁ ନେଇ ନିଜର ମନ୍ତବ୍ୟ ଦେଇଛନ୍ତି । ଫିଲ୍ମ ‘ବଦଲାପୁର’ ପରେ ଇଣ୍ଡଷ୍ଟ୍ରିରେ ତାଙ୍କ ଛବି କିଭଳି ହୋଇ ଯାଇଥିଲା, ସେ ବିଷୟରେ ଜଣାଇଛନ୍ତି ରାଧିକା। ନିଜର ଅଭିନୟ ବଳରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବାରେ ରାଧିକା ସଫଳ ହୋଇଥିବା ବେଳେ କିଛି ଫିଲ୍ମ ନିର୍ମାତା ତାଙ୍କୁ ଆଡଲ୍ଟ ଫିଲ୍ମ ଅଫର କରିଥିଲେ ବୋଲି କହିଛନ୍ତି ରାଧିକା।

 

ତାଙ୍କ କହିବା ମୁତାବକ, ମୁଁ ଫିଲ୍ମର ସ୍କ୍ରିପ୍ଟକୁ ଦେଖି ନଗ୍ନ ଦୃଶ୍ୟ ଦେଇଥାଏ। ଫିଲ୍ମ ‘ବଦଲାପୁର’ କାହାଣୀରେ ଦରକାର ଥିବାରୁ ମୁଁ ନଗ୍ନ ଦୃଶ୍ୟ ଦେଇଥିଲି। କିନ୍ତୁ ଏହି ଫିଲ୍ମ ପରେ ମୋତେ ଲୋକେ ଆଡଲ୍ଟ ଫିଲ୍ମ ଅଫର କରିବା ଆରମ୍ଭ କରି ଦେଇଥିଲେ। ଜଣେ ନିର୍ମାତା ମୋତେ ଆଡଲ୍ଟ କମେଡି ଫିଲ୍ମରେ କାମ କରିବା ନେଇ ଅଫର ଦେଇଥିଲେ। ଏହି ପ୍ରସ୍ତାବକୁ ମୁଁ ସଫା ସଫା ମନା କରି ଦେଇଥିଲି। ତୁମେ ଲଗାତାର ଏଭଳି ଫିଲ୍ମ କରୁଛ। ସେଥିପାଇଁ ତୁମକୁ ଏଭଳି ଫିଲ୍ମ ଅଫର କରାଯାଉଛି ବୋଲି କହି ସେ ମୋତେ ଫିଲ୍ମର ଅଫର ଦେଇଥିଲେ। ଯାହା ଶୁଣିବା ପରେ ଦ୍ବିତୀୟ ଥର ନ ଭାବି ମୁଁ ଫିଲ୍ମ କରିବାକୁ ମନା କରିଥିଲି। ‌

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More