Only for Entertainment

‘ଭାରତ’ ସହିତ ଏହି ଫିଲ୍ମର ସୁଟିଂ ଆରମ୍ଭ କରିବେ ପ୍ରିୟଙ୍କା, ଫରହାନ ଅଖତରଙ୍କ ବିପକ୍ଷରେ ଆସିବେ ନଜର ।

Elle
0 41

କିଛି ଦିନ ହେବ ବୟଫ୍ରେଣ୍ଡ ନିକ ଜୋନସଙ୍କ ସହିତ ଛୁଟି କଟାଇବା ପରେ ପ୍ରିୟଙ୍କା ଚୋପ୍ରା ଶେଷରେ ଫିଲ୍ମ ଉପରେ ନିଜର ପୁରା ଫୋକସ ଦେବାକୁ ଚାହୁଁଛନ୍ତି । ପ୍ରିୟଙ୍କା ଜୁଲାଇ ୧୭ରୁ ଆବାସ ଜଫରଙ୍କ ଫିଲ୍ମ ‘ଭାରତ’ର ସୁଟିଂ ଆରମ୍ଭ କରିବେ । କେବଳ ସେତିକି ନୁହେଁ ପ୍ରିୟଙ୍କା ଅନ୍ୟ କେତେକ ଫିଲ୍ମର ସ୍କ୍ରିପ୍ଟ ମଧ୍ୟ ପଢୁଛନ୍ତି । ସେଥିମଧ୍ୟରୁ ସେ ଆଉ ଏକ ଫିଲ୍ମକୁ ଫାଇନାଲ କରିଥିବା ଜଣାପଡିଛି ।

priyanka-chopra-film

ପ୍ରିୟଙ୍କା ନିଜ ଇଂଷ୍ଟାଗ୍ରାମ ଷ୍ଟୋରୀରେ ଏକ ଫଟୋ ସେୟାର କରିଥିଲେ । ଫଟୋରୁ ଜଣାପଡୁଛି ଯେ ସେ ନିର୍ଦ୍ଦେଶକ ସୋନାଲୀ ବୋଶଙ୍କ ଫିଲ୍ମକୁ ସବୁଜ ସଙ୍କେତ ଦେଇସାରିଛନ୍ତି । ଏହି ଫିଲ୍ମର ନାମ ରହିଛି ‘ଦ ସ୍କାଏ ଇଜ ପିଙ୍କ’ ଏହା ସହିତ ଏହି ସ୍କ୍ରିପ୍ଟ ଉପରେ ଲେଖାଯାଇଛି ଡ୍ରାଫ୍ଟ ୨୯ । ଏହା ସହିତ ସେ କ୍ୟାପସନରେ ଲେଖିଥିଲେ ଏବଂ ଏହା ଆରମ୍ଭ…ହିନ୍ଦୀ ମୁଭି ।

ଖବର ଅନୁସାରେ ଏହି ଫିଲ୍ମରେ ପ୍ରିୟଙ୍କା ବଲିଉଡ ଅଭିନେତା ଫରହାନ ଅଖତରଙ୍କ ସହିତ ସ୍କ୍ରିନ ସେୟାର କରିବେ । ଫିଲ୍ମର କାହାଣୀ ଆୟଶା ଚୌଧୁରୀଙ୍କ ଉପରେ ଆଧାରିତ । କହିରଖୁଛୁ ଯେ ମୋଟିଭେସନାଲ ସ୍ପିକର । ଫିଲ୍ମରେ ତାଙ୍କ ଭୂମିକାରେ ଜାୟରା ବସିମ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More