Only for Entertainment

ୟୁଲିଆ ବନ୍ତୁର ହେବେ କୃଷ୍ଣ ଭକ୍ତ, ଏହି ଫିଲ୍ମରୁ କରିବେ ବଲିଉଡ ଡେବ୍ୟୁ ।

Unimedia
0 34

ବଲିଉଡ ଅଭିନେତା ସଲମାନ ଖାନଙ୍କ କଥିତ ଗର୍ଲଫ୍ରେଣ୍ଡ ୟୁଲିଆ ବନ୍ତୁର ବଲିଉଡ ଡେବ୍ୟୁ କରିବା ଖବର ତ ଆମେ ଆପଣଙ୍କୁ ଦେଇସାରିଛୁ । ଏବେ ୟୁଲିଆଙ୍କ ବଲିଉଡ ଡେବ୍ୟୁକୁ ନେଇ ଏକ ନୂଆ ଖବର ସମ୍ନାକୁ ଆସିଛି । ଶୁଣିବାକୁ ମିଳିଛି ଯେ ନିର୍ଦ୍ଦେଶକ ପ୍ରେମ ସୋନୀ ୟୁଲିଆ ଏବଂ ଜିମ୍ମୀଙ୍କୁ ନେଇ ଏକ ଫିଲ୍ମ ନିର୍ମାଣ କରିବେ ।

ଖବର ଅନୁସାରେ ଫିଲ୍ମର କାହାଣୀ ପୋଲାଣ୍ଡରୁ ହିନ୍ଦୁସ୍ତାନ ଆସିଥିବା ଏକ ଯୁବତୀ ଉପରେ ଆଧାରିତ । ମଥୁରାକୁ ଆସିବା ପରେ ଏହି ଯୁବତୀର ଜୀବନରେ ଅନେକ ପରିବର୍ତ୍ତନ ହୋଇଥାଏ । ଯୁବତୀ ଜଣଙ୍କ ପ୍ରଥମେ ହିନ୍ଦୁସ୍ତାନ ପ୍ରେମରେ ପରେ ମଥୁରା ଯାଇ ଭଗବାନ କୃଷ୍ଣଙ୍କ ପ୍ରେମରେ ପଡିଯାଏ ।

କୁହାଯାଉଛି ଯେ ପ୍ରେମ ସୋନୀ ଲମ୍ବା ସମୟରୁ ଏପରି ଜଣେ ଅଭିନେତ୍ରୀଙ୍କୁ ଖୋଜୁଥିଲେ ଯେ ୟୁରୋପୀୟ ହୋଇଥିବା ଏବଂ ଅଳ୍ପ ହିନ୍ଦୀ ଜାଣିଥିବ । ଏହି ଫିଲ୍ମ ୨୦୧୯ରେ ରିଲିଜ ହେବାର ସମ୍ଭାବନା ରହିଛି । ୟୁଲିଆ ବିଷୟରେ କହିବାକୁ ଗଲେ ସେ ଏହା ପୂର୍ବରୁ ବଲିଉଡ ଗୀତରେ ନିଜ ଭଏସ ଦେଇସାରିଛନ୍ତି । ଏବେ ଦେଖିବାକୁ ବାକି ରହିଲା ତାଙ୍କ ଅଭିନୟ ଦର୍ଶକଙ୍କୁ କେତେ ପସନ୍ଦ ଆସୁଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More