Only for Entertainment

ବଲିଉଡରେ ଭଏସର ଯାଦୁ ଦେଖାଇବା ପରେ ଅଭିନୟ କ୍ଷେତ୍ରରେ ଏଣ୍ଟ୍ରି କରିବେ ସଲମାନଙ୍କ ଏହି ଗର୍ଲଫ୍ରେଣ୍ଡ ।

Imgur
0 29

ସଲମାନ ଖାନଙ୍କ କଥିତ ଗର୍ଲ ଫ୍ରେଣ୍ଡ ୟୁଲିଆ ବନ୍ତୁର ବଲିଉଡରେ ନିଜ କଣ୍ଠର ଯାଦୁ ପୂର୍ବରୁ ଦେଖାଇ ସାରିଛନ୍ତି । ତେବେ ନିଜ ଅଭିନୟ ମାଧ୍ୟମରେ ଦର୍ଶକଙ୍କୁ ଆକୃଷ୍ଟ କରିବାକୁ ସେ ଏବେ ପୂରା ପ୍ରସ୍ତୁତ । ଫିଲ୍ମ ନିର୍ଦ୍ଦେଶକ ପ୍ରେମ ସୋନିଙ୍କ ଫିଲ୍ମ ଜରିଆରେ ବଲିଉଡରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି ରୋମାନିଆର ଏହି ସୁନ୍ଦରୀ ।

Iulia-Vantur

ପ୍ରେମ ସୋନି ପୂର୍ବରୁ ସଲମାନଙ୍କ ଅଭିନୀତ ‘ମେଁ ଔର ମିସେସ୍ ଖନ୍ନା’ ଏବଂ ‘ଇସ୍କ ଇନ ପ୍ୟାରିସ’ ଫିଲ୍ମର ନିର୍ଦ୍ଦେଶନାଭାର ସମ୍ଭାଳିଥିଲେ । ସଲମାନଙ୍କ ସହ ଭଲ ସମ୍ପର୍କ କାରଣରୁ ୟୁଲିଆଙ୍କୁ କାଷ୍ଟ କରିବାକୁ ସେ ରାଜି ହୋଇଥିବା ଶୁଣିବାକୁ ମିଳିଛି । ଫିଲ୍ମର ଟାଇଟଲ ପ୍ରସ୍ତୁତ ହୋଇନଥିବାବେଳେ ୟୁଲିଆ ରଣଦୀପ ହୁଡ଼ାଙ୍କ ବିପକ୍ଷରେ ଅଭିନୟ କରିବେ ବୋଲି ଜଣା ପଡିଛି ।

Iulia-Vantur

ପୂର୍ବରୁ ୟୁଲିଆ ହିମେଶ ରେଶମିଆଙ୍କ ଆଲବମରେ ନଜର ଆସିଥିଲେ । ଏହାଛଡା ନିକଟରେ “ରେସ-୩’ ଫିଲ୍ମର “ସେଲଫିସ’ ଗୀତ ଗାଇ ଚର୍ଚ୍ଚାକୁ ଆସିଥିଲେ ୟୁଲିଆ । ୟୁଲିଆ ଏବେ ବଲିଉଡରେ ଅଭିନୟ କରି ସଫଳ ହୋଇପାରିବେ ବୋଲି ଆଶା ରଖିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More