୧୫ ଅଗଷ୍ଟରେ ରିଲିଜ ହେଲା ଫିଲ୍ମ ‘ପଲଟନ’ର ନୂଆ ପୋଷ୍ଟର ।
ଜେପି ଦତ୍ତାଙ୍କ ଆଗାମୀ ଫିଲ୍ମ ପଲଟନର ନୂଆ ପୋଷ୍ଟର ଜାରି କରାଯାଇଛି । ଜେପି ଦତ୍ତା ପୁଣିଥରେ ବର୍ଡର ୱାର ଉପରେ ଆଧାରିତ ଫିଲ୍ମ ନେଇ ପରଦାକୁ ଫେରିଛନ୍ତି । ସ୍ୱାଧୀନତା ଦିବସ ପରି ଖାସ ଅବସରରେ ଫିଲ୍ମର ଏକ ନୂଆ ପୋଷ୍ଟର ରିଲିଜ କରାଯାଇଛି । ଫିଲ୍ମର ଏହି ପୋଷ୍ଟରରେ ଷ୍ଟାରକାଷ୍ଟମାନେ ସ୍ୟାଲୁଟ କରୁଥିବାର ଦେଖିବାର ଦେଖିବାକୁ ମିଳିଛି ।
କହିରଖୁଛୁ ଯେ ସ୍ୱାଧୀନତା ଦିବସର ଗୋଟିଏ ଦିନ ପୂର୍ବରୁ ପଲଟନର ପ୍ରଥମ ଗୀତ ବନ୍ଦେ ମାତରମ କୁ ରିଲିଜ କରାଯାଇଛି । ଏହି ପୋଷ୍ଟର ଏବଂ ଗୀତରେ ଭାରତୀୟ ସୈନିକଙ୍କ ଜୁନୁନ ଦେଖିବାକୁ ମିଳିଛି ।
New poster of #Paltan… Directed by JP Dutta… 7 Sept 2018 release… #HappyIndependenceDay pic.twitter.com/GiG1IjEyXt
— taran adarsh (@taran_adarsh) August 15, 2018
କହିରଖୁଛୁ ଯେ ଫିଲ୍ମ ପଲଟନରେ ମୁଖ୍ୟ ଭୂମିକାରେ ଜ୍ୟାକି ଶ୍ରଫ, ଅର୍ଜୁନ ରାମପାଲ, ଶକ୍ତି କପୁରଙ୍କ ପୁଅ ସିଦ୍ଧାର୍ଥ କପୁର, ଲଭ ସିହ୍ନା, ହର୍ଷବର୍ଦ୍ଧନ ରାଣେ, ସୋନୁ ସୁଡ ଏବଂ ରୁରମିତ ଚୌଧୁରି ପରି କଳାକାର ନଜର ଆସିଛନ୍ତି । ଫିଲ୍ମ ର ଲିଡ ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଗଲେ ଏଥିରେ ଇଶା ଗୁପ୍ତା, ସୋନଲ ଚୌହାନ ଏବଂ ଦୀପିକା କକ୍କର ନଜର ଆସିବେ । ଫିଲ୍ମ ୭ ସେପ୍ଟେମ୍ବରରେ ରିଲିଜ ହେବ ।