Only for Entertainment

ପରଦାକୁ ଆସିବ ଜବ ୱି ମେଟର ସିଜନ ଟୁ, କିଏ ନେବ କରୀନାଙ୍କ ସ୍ଥାନ ।

scoopwhoop
0 42

ହିନ୍ଦୀ ସିନେମାରେ ପ୍ରସିଦ୍ଧ ଫିଲ୍ମ ମାନଙ୍କ ମଧ୍ୟରୁ ଜବ ୱି ମେଟ ଗୋଟିଏ । ଏହି ଫିଲ୍ମକୁ ୧୦ ବର୍ଷ ପୂରିସାରିଛି । ଆଜି ମଧ୍ୟ ଫିଲ୍ମରେ ଶାହିଦ କପୁରଙ୍କ ସ୍ମୃତିକୁ ଦର୍ଶକ ଭୁଲି ପାରିନାହାନ୍ତି । ଏହି ସମୟରେ ନିର୍ମାତା ଫିଲ୍ମର ସିଜନ ୨କୁ ନିର୍ମାଣ କରିବାକୁ ଯାଉଛନ୍ତି । ଖବର ଅନୁସାରେ ନିର୍ଦ୍ଦେଶକ ହସ୍ତିୟାଜ ଅଲି ଏହି ଫିଲ୍ମର ପାର୍ଟ ୨କୁ ତିଆରି କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହି ଫିଲ୍ମ ପାଇଁ ଶାହିଦ କପୁରଙ୍କ ସହିତ ଆଲୋଚନା ସରିଛି ଏବଂ ସେ ଫିଲ୍ମ କରିବାକୁ ରାଜି ଅଛନ୍ତି । ଫିଲ୍ମକୁ ସାଜିଦ ନାଡିୟାଡବାଲା ନିର୍ମାଣ କରିବାକୁ ଯାଉଛନ୍ତି ।

ଆସନ୍ତା ବର୍ଷ ଅପ୍ରେଲ ମାସଠାରୁ ଏହି ଫିଲ୍ମର ସୁଟିଂ ଆରମ୍ଭ ହେବ ବୋଲି ସୂଚନା ମିଳିଛି । କିନ୍ତୁ ଏ ବିଷୟରେ ଅଧିକ କିଛି ସୂଚନା ମିଳିନାହିଁ । ଏହା ବ୍ୟତୀତ ଏ ପର୍ଯ୍ୟନ୍ତ ଫିଲ୍ମର ନାୟିକାଙ୍କ ବିଷୟରେ କୌଣସି ସୂଚନା ମିଳିନାହିଁ । କିଛିଦିନ ପୂର୍ବରୁ ଶାହିଦ କହିଥିଲେଯେ କରୀନା କପୁରଙ୍କ ସ୍ଥାନରେ କେବଳ ଆଲିୟା ଭଟ୍ଟ ଏହି ଚରିତ୍ର ପାଇଁ ପରଫେକ୍ଟ ହେବେ ।

ପିଟିଆଇ ସହିତ ଇଂଟରଭ୍ୟୁ ଦେବା ସମୟରେ ହସ୍ତିୟାଜ ଅଲି କହିଥିଲେଯେ ଏହି ଫିଲ୍ମଟି ତାଙ୍କ ଜୀବନର ସବୁଠାରୁ ଖାସ ଫିଲ୍ମ ଥିଲା ଏବଂ ତାଙ୍କ ହୃଦୟକୁ ଛୁଇଁପାରିଥିଲା । ତାଙ୍କ କହିବା ଅନୁସାରେ ୧୦ ବର୍ଷ ପୂରିଯାଇଥିଲେ ମଧ୍ୟ ଆଜି ବି ଦର୍ଶକ ଏହି ଫିଲ୍ମକୁ ଖୁବ ପସନ୍ଦ କରୁଛନ୍ତି । ତାଙ୍କ କହିବା ଅନୁସାରେ ଏହି ଫିଲ୍ମରେ ସେ ଚରିତ୍ରରେ ପରିବର୍ତ୍ତନ ଆଣିବାକୁ ଡରୁଛନ୍ତି, କାରଣ ହୁଏତ ଦର୍ଶକଙ୍କୁ ଏହା ଠିକ ନଲାଗିପାରେ । କିନ୍ତୁ ସେ କୁହନ୍ତି ମୁଁ ଏହି ଫିଲ୍ମରେ ଅନେକ ପରିବର୍ତ୍ତନ ଆଣିବାକୁ ଚାହୁଁଛି । କିନ୍ତୁ କ’ଣ ପରିବର୍ତ୍ତନ ହେବ ସେ ବିଷୟରେ ସେ କୌଣସି ସୂଚନା ଦେଇନାହାନ୍ତି ।

୨୦୦୭ରେ ଫିଲ୍ମ ଜବ ୱି ମେଟରେ ଶାହିଦ କପୁର ଆଦିତ୍ୟ କଶ୍ୟପ ନାମରେ ଏକ ବିଜନେସ ପ୍ରେମୀ ଭାବରେ ଦେଖିବାକୁ ମିଳିଥିଲେ ଏବଂ କରୀନା ଗୀତା ଚରିତ୍ରରେ ନଜର ଆସିଥିଲେ ଯିଏକି ସବୁବେଳେ ଗପୁଥାନ୍ତି । ଫିଲ୍ମରେ ଟ୍ୱିଷ୍ଟ ଦେଖିବାକୁ ମିଳିଥିଲା । ତାମିଲରେ ଏହି ଫିଲ୍ମ କନ୍ଦନ କଧଲାଇ ନାମରେ ନିର୍ମାଣ ହୋଇସାରିଛି । ଜବ ୱି ମେଟ ବକ୍ସ ଅଫିସରେ ୩୦ କୋଟିରୁ ଅଧିକ ରୋଜଗାର କରିଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More