Only for Entertainment

ମାଧୁରୀ ଦୀକ୍ଷିତ ହେବେ ଆଲିୟାଙ୍କ ମା’ ଏହି ଅଭିନେତା ହେବେ ତାଙ୍କ ପିତା, ଜାଣନ୍ତୁ ଫିଲ୍ମର ନାଁ

Bollywoodlife
0 51

ଧର୍ମା ପ୍ରଡକ୍ସନର ଆଗାମୀ ଫିଲ୍ମ ‘ଶିଦ୍ଧତ’କୁ ଅଭିଷେକ ବର୍ମନ ନିର୍ଦ୍ଦେଶନା ଦେଉଛନ୍ତି । ଏହି ଫିଲ୍ମରେ ଶ୍ରୀଦେବୀ ନଜର ଆସିଥାନ୍ତେ । କିନ୍ତୁ ତାଙ୍କର ଅଚାନକ ମୃତ୍ୟୁ କାରଣରୁ ମାଧୁରୀ ଦୀକ୍ଷିତଙ୍କ ନାମକୁ ଫାଇନାଲ କରାଯାଇଛି । ମାଧୁରୀଙ୍କ ନାଁକୁ ଫାଇନାଲ କରିବା ପରେ ଏବେ ଚର୍ଚ୍ଚା ଦେଉଛି ଯେ ତାଙ୍କ ବିପକ୍ଷରେ କେଉଁ ନାୟକ ନଜର ଆସିବେ ।

ଡିଏନଏରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ଏହି ଫିଲ୍ମରେ ଶ୍ରୀଦେବୀଙ୍କ ବିପକ୍ଷରେ ସଂଜୟ ଦତ୍ତଙ୍କୁ ଫାଇନାଲ କରାଯାଇଥିଲା । ମାତ୍ର ଶ୍ରୀଦେବୀଙ୍କ ସ୍ଥାନରେ ମାଧୁରୀଙ୍କୁ ନେବା ଫଳରେ ସଂଜୟ ଏହି ଫିଲ୍ମ କରିବେ ନାହିଁ ବୋଲି ଚର୍ଚ୍ଚା ହେଉଛି ।

madhuri and jackie

ଖବର ଅନୁସାରେ ଫିଲ୍ମରେ ମାଧୁରୀଙ୍କ ବିପକ୍ଷରେ ଜ୍ୟାକି ଶ୍ରଫ କିମ୍ବା ଅନିଲ କପୁର ନଜର ଆସିପାରନ୍ତି । ଏହା ପୂର୍ବରୁ ମାଧୁରୀ ଜ୍ୟାକି ଶ୍ରଫ ଏବଂ ଅନିଲଙ୍କ ସହିତ ଫିଲ୍ମରେ ନଜର ଆସିଛନ୍ତି ।

Madhuri-Dixit-Anil-Kapoor

ଏହି ଫିଲ୍ମରେ ଆଲିୟା ଭଟ୍ଟ, ବରୁଣ ଧାୱନ, ସୋନାକ୍ଷୀ ସିହ୍ନା ଏବଂ ଆଦିତ୍ୟ ରାୟ କପୁର ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିବେ । ଫିଲ୍ମରେ ମାଧୁରୀ ଆଲିୟାଙ୍କ ମା’ ଭୂମିକାରେ ନଜର ଆସିବେ । କିଛି ଦିନ ପୂର୍ବେ କରଣ ଫିଲ୍ମକୁ ନେଇ ଏକ ଟୁଇଟ କରି ସୂଚନା ଦେଉଥିଲେ ଯେ ଫିଲ୍ମର ସୁଟିଂ ଏପ୍ରିଲରୁ ଆରମ୍ଭ ହେବ । ଏବଂ ଫିଲ୍ମର ନାମ ଶିଦ୍ଧତ ବଦଳରେ ଅଲଗା କିଛି ରଖାଯିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More