Only for Entertainment

ବଲିଉଡ୍ ଅଭିନେତା ଜ୍ୟାକି ଭଗ୍ନାନୀଙ୍କୁ ନେଇ ୟୁଟୁବରେ ରିଲିଜ୍ ହେଲା ଧୁମ୍ ଧମାଲ୍ ମ୍ୟୁଜିକ୍ ଭିଡିଓ – ଚୁଡିୟାଁ !

42

ବଲିଉଡ୍ ସିନେମାରେ ନିଜ ଅଭିନୟ ପରଶି ଲୋକପ୍ରିୟ ହୋଇଥିବା ଅଭିନେତା ଜ୍ୟାକି ଭଗନାନୀଙ୍କୁ ଦେଖିବାକୁ ମିଳିଛି ଏକ ମ୍ୟୁଜିକ୍ ଭିଡିଓରେ । ୟୁଟୁବରେ ରିଲିଜ୍ ହୋଇଥିବା ଏହି ମ୍ୟୁଜିକ୍ ଭିଡିଓର ଟାଇଟେଲ୍ ରହିଛି ‘ଚୁଡିୟାଁ’ । ଗୀତରେ ଜ୍ୟାକିଙ୍କ ଧୁମ୍ – ଧମାଲ୍ ଡ୍ୟାନ୍ସ ଦେଖିବାକୁ ମିଳିଛି ।

ବଲିଉଡ୍ ଅଭିନେତା ଜ୍ୟାକି ଭଗ୍ନାନୀଙ୍କୁ ନେଇ ୟୁଟୁବରେ ରିଲିଜ୍ ହେଲା ଧୁମ୍ ଧମାଲ୍ ମ୍ୟୁଜିକ୍ ଭିଡିଓ – ଚୁଡିୟାଁ । ଇଂଟରନ୍ୟାସ୍ନାଲ୍ ଡ୍ୟାନ୍ସିଂ ସେନସେସନ୍ ଡିଟୋଙ୍କ ସହ ଜ୍ୟାକିଙ୍କ ଡ୍ୟାନ୍ସ ଧମାଲ୍ ଦେଖିବାକୁ ମିଳିଛି ଏହି ଗୀତରେ । ଜଷ୍ଟ ମ୍ୟୁଜିକ୍ର ଅଫିସିଆଲ୍ ୟୁଟୁବ୍ ଚ୍ୟାନେଲରେ ରିଲିଜ୍ ହୋଇଥିବା ଏହି ଗୀତଟି ଟ୍ରେଣ୍ଡିଂ ହେବାରେ ଲାଗିଛି । ଏହି ଗୀତରେ କୋରିଓଗ୍ରାଫି କରିବା ସହ ଏହାର ନିର୍ଦ୍ଦେଶନା ଦେଇଛନ୍ତି ମୁଦ୍ଦଶର୍ ଖାନ୍ ।

ଏହି ଜବରଦସ୍ତ ଗୀତରେ ସଙ୍ଗୀତର ଭାର ତୁଲାଇଛନ୍ତି ତନିଷ୍କ ବାଗ୍ଚି । ଗୀତରେ ଶୁଣିବାକୁ ମିଳିଛି ଦେବ୍ ନେଗୀ ଓ ଅଜିଜ୍ କୌରଙ୍କ ଗାୟିକୀ । ୟୁଟୁବରେ ଗୀତଟିକୁ ୩ ମିଲିଅନରୁ ଉଦ୍ଧ୍ୱର୍ ଦର୍ଶକ ଦେଖି ସାରିଲେଣି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More