Only for Entertainment

ଏହି ଦେଶର ରାଜ କୁମାରଙ୍କ ସହିତ ଥିଲା ଜ୍ୟାକଲିନଙ୍କ ସଂପର୍କ,ନିର୍ଦ୍ଦେଶକଙ୍କ ପାଇଁ କରିଥିଲେ ବ୍ରେକ ଅପ ।

Welcome NRI
0 44

ବଲିଉଡର ଚୁଲବୁଲି ଅଭିନେତ୍ରୀ ଜ୍ୟାକଲିନ୍ ଫର୍ଣ୍ଣାଡିଜ ଖୁବ୍ କମ ସମୟରେ ବଲିଉଡରେ ଏକ ସ୍ୱତନ୍ତ୍ର ସ୍ଥାନ ତିଆରି କରିପାରିଛନ୍ତି । ଜ୍ୟାକଲିନଙ୍କ ଜନ୍ମ ୧୧ ଅଗଷ୍ଟ ୧୯୮୫ରେ ହୋଇଥିଲା । ବହରୀନରେ ଜନ୍ମ ହୋଇଥିଲେ ସୁଦ୍ଧା ୨୦୧୬ରେ ସେ ମିସ୍ ଶ୍ରୀଲଙ୍କା ୟୁନିଭର୍ସ ହୋଇଥିଲେ । ଜ୍ୟାକଲିନ୍ଙ୍କ ବାପା ଶ୍ରୀଲଙ୍କାର ଜଣେ ମ୍ୟୁଜିକ୍ସିୟାନ ଏବଂ ତାଙ୍କ ମା’ ଏୟାର ହଷ୍ଟେସ ଥିଲେ । ଚାରିଭାଇ ଭଉଣୀଙ୍କ ମଧ୍ୟରେ ଜ୍ୟାକଲିନ ହେଉଛନ୍ତି ସବୁଠାରୁ ସାନ । ତାଙ୍କର ଦୁଇ ବଡ ଭାଇ ଓ ଗୋଟେ ଭଉଣୀ ଅଛନ୍ତି ।

ଆରମ୍ଭରୁ ହିଁ ଜ୍ୟାକଲିନ୍ଙ୍କର ଅଭିନୟ ଓ ଫିଲ୍ମ ଦିଗରେ ରୁଚି ଥିଲା । ବହରିନିରେ କେବଳ ୧୪ ବର୍ଷ ବୟସରେ ସେ ଏକ କାର୍ଯ୍ୟକ୍ରମରେ ହୋଷ୍ଟ କରିଥିଲେ । ଏକ ଇଣ୍ଟରଭିୟୁ ଜରିଆରେ ଜ୍ୟାକଲିନ୍ କହିଥିଲେ ପିଲାଟି ଦିନରୁ ତାଙ୍କର ଏଥିପ୍ରତି ଆଗ୍ରହ ରହିଥିଲା, ଛୋଟବେଳୁ ସେ ଅଭିନେତ୍ରୀ ହେବାକୁ ଚାହୁଁଥିଲେ ଏବଂ କେବେ ସେ ହଲିଉଡରେ ଷ୍ଟାର ହେବେ ସେଥିପାଇଁ ଅପେକ୍ଷା କରି ବସିଥିଲେ । ଫିଲ୍ମରେ ଆସିବାର ରୁଚି ରହିଥିବାରୁ ସେ ଆକ୍ଟିଙ୍ଗ ସ୍ମୁଲରେ ଟ୍ରେନିଂ ମଧ୍ୟ ନେଇଥିଲେ ।

ଜ୍ୟାକଲିନ୍ ଗ୍ରାଜୁଏସନ ୟୁନଭରସିଟି ଅଫ ସିଡନୀରେ ମାସ କମ୍ୟୁନିକେଶନର ପଢା ଶେଷ କରିବା ପରେ ଶ୍ରୀଲଙ୍କାରେ ରେଡିଓ ଓ ଟିଭି ରିପୋର୍ଟର କାମ କରିବାରେ ଲାଗିଲେ, ଏବଂ ଏଥିସହ ସେ ମଡଲିଙ୍ଗ ଆରମ୍ଭ କରିଦେଲେ । ୨୦୦୯ରେ ସେ ମଡଲିଙ୍ଗ ଆସାଇନ୍ମେଣ୍ଟ ପାଇଁ ଭାରତ ଆସିଥିଲେ । ଏଠାରେ ପହଞ୍ଚିବା ପରେ ଜ୍ୟାକଲିନ୍ ନିର୍ଦ୍ଦେଶକ ସୁଭାଷ ଘୋଷଙ୍କ ଏକ ଡ୍ରାମା ‘ଅଲାଦିନ’ ପାଇଁ ଅଡିସନ ଦେଇଥିଲେ ଏବଂ ଏଥିରେ ସିଲେକ୍ଟ ମଧ୍ୟ ହୋଇଥିଲେ । ସେଇଟା ଜ୍ୟାକଲିନ୍ଙ୍କ ପ୍ରଥମ ଫିଲ୍ମ ଥିଲା । ଫିଲ୍ମରେ ଜ୍ୟାକଲିନ୍ଙ୍କ ସହ ରିତେଶ ଦେଶମୁଖ ଥିବାବେଳେ, ଅମିତାଭ ବଚ୍ଚନଙ୍କ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିଥିଲେ । ଜ୍ୟାକଲିନ୍ଙ୍କ ହିଟ୍ ଫିଲ୍ମ ଥିଲା ମଡର୍ର-୨, ଯାହା ୨୦୧୧ରେ ପରଦାକୁ ଆସିଥିଲା । ଏହା ଫଳରେ ଇଣ୍ଡଷ୍ଟ୍ରିରେ ତାଙ୍କର ସ୍ୱତନ୍ତ୍ର ପରିଚୟ ସୃଷ୍ଟି ହୋଇପାରିଥିଲା । ମର୍ଡର -୨ ର ସଫଳତା ପରେ ଜ୍ୟାକଲିନଙ୍କର ୨୦୧୨ରେ ‘ହାଉସଫୁଲ -୨’ ଓ ୨୦୧୩ରେ ରେସ-୩ ରିଲିଜ୍ ହୋଇଥିଲା । ୨୦୧୪ରେ ବକ୍ସ ଅଫିସ୍ରେ ସଫଳତା ପାଇଥିବା ଫିଲ୍ମ ‘କିକ୍’ ରେ ସେ ସଲମାନ ଖାନଙ୍କ ସହିତ ନଜର ଆସିଥିଲେ । କିକ୍ର ସଫଳତା ପରେ ସଲମାନ ଖାନ ତାଙ୍କୁ ବାଂନ୍ଦ୍ରାରେ ଥ୍ରି ବିଏଚକେ ଫ୍ଲାର୍ଟ ଉପହାର ଆକାରରେ ଦେଇଥିଲେ । ଫିଲ୍ମ କ୍ୟାରିୟର ବ୍ୟତୀତ ଜ୍ୟାକଲିନ୍ ଟିଭି ରିୟାଲିଟି ଶୋ ‘ଝଲକ ଦିଖ୍ ଲା ଜା’ ର ୯ମ ସିଜିନ୍ରେ ଜଜ୍ ଭାବେ ନଜର ଆସିଥିଲେ ।

ବଲିଉଡରେ କାମ କରିବା ଦ୍ୱାରା ଜ୍ୟାକଲିନ ହିନ୍ଦୀ ଶିଖିପାରିଲେ । ଏହା ବ୍ୟତୀତ ସେ ସ୍ପେନିଶ, ଫ୍ରେଂଚ ଓ ଆରବୀ ଭାଷା ମଧ୍ୟ ଜାଣନ୍ତି । ଜ୍ୟାକଲିନ୍ଙ୍କ ବ୍ୟକ୍ତିଗତ ଜୀବନ କଥା ଆଲୋଚନା କଲେ ଜାଣିପାରିବେଯେ , ସେ ବହରୀନର ରାଜକୁମାର ହସନ ବିନ୍ ରାସିଦ ଅଲ୍ଲୀ ଖଲିଫାଙ୍କୁ ଡେଟ୍ କରୁଥିବାର ଶୁଣିବାକୁ ମିଳିଥିଲା । ହସନଙ୍କ ସହ ତାଙ୍କର ସାକ୍ଷାତ ଏକ ପାର୍ଟିରେ ହୋଇଥିଲା । କିନ୍ତୁ ଯେତେବେଳେ ତାଙ୍କୁ ଫିଲ୍ମ ହାଉସଫୁଲ-୨ ଅଫର ମିଳିଥିଲା, ତାଙ୍କ ସମ୍ପର୍କ ଭାଙ୍ଗିଯାଇଥିବା ଶୁଣିବାକୁ ମିଳିଥିଲା, ଏବଂ ନିର୍ଦ୍ଦେଶକ ସାଜିଦ ଖାନ୍ଙ୍କ କାରଣରୁ ତାଙ୍କର ହସନଙ୍କ ସହ ସମ୍ପର୍କ ଭାଙ୍ଗି ଯାଇଥିଲା ବୋଲି ଶୁଣିବାକୁ ମିଲିଥିଲା ।

ଖବର ଅନୁସାରେ ଫିଲ୍ମ ସୁଟିଂ ସମୟରେ ଦୁଇ ଜଣଙ୍କ ମଧ୍ୟରେ ସଂପର୍କ ଗଢି ଉଠିଥିଲା, କିନ୍ତୁ ଏ ସେହି ସମ୍ପର୍କ ବେଶୀ ଦିନ ପର୍ଯ୍ୟନ୍ତ ତିଷ୍ଠି ପାରି ନ ଥିଲା । ୨୦୧୩ରେ ଉଭୟଙ୍କ ମଧ୍ୟରେ ବ୍ରେକ୍ଅପ ହୋଇଯାଇଥିଲା । ପରେ ଏନେଇ ସାଜିଦ ଖାନା କହିଥିଲେ ତାଙ୍କର ଏକ୍ସ ଗର୍ଲଫ୍ରେଣ୍ଡ ପ୍ରତ୍ୟେକ କଥାକୁ ନେଇ ସନ୍ଦେହ କରନ୍ତି ଯେଉଁ କାରଣରୁ ତାଙ୍କ ସମ୍ପର୍କ ଭାଙ୍ଗିଯାଇଥିଲା । କେବଳ ସେତିକି ନୁହେଁ ନିଜ ଅସଫଳତାର କାରଣ ଜ୍ୟାକଲିନ ବୋଲି ସାଜିଦ ସଙ୍କେତ ମାଧ୍ୟମରେ ଜଣାଇଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More