Only for Entertainment

ବଲିଉଡ ଅଭିନେତ୍ରୀ ଜ୍ୟାକଲୀନ ନିଆରା ଅନ୍ଦାଜରେ ମନାଇଲେ ବଡ଼ଦିନ, ଦେଖନ୍ତୁ ଫଟୋ !

44

ଜ୍ୟାକଲୀନ ଦେଖିବାକୁ ଯେମିତି ସୁନ୍ଦର ତାଙ୍କ ହୃଦୟ ମଧ୍ୟ ସେତିକି କୋମଳ । ଏହା ସେତେବେଳେ ସାମ୍ନାକୁ ଆସିଥିଲା ଯେତେବେଳେ ଜ୍ୟାକଲୀନ ନଜର ଆସିଥିଲେ ମୁମ୍ବାଇର ଏକ ଅନାଥ ଆଶ୍ରମ ରେ। ସେଠାକୁ ଜ୍ୟାକଲୀନ ବଡ଼ଦିନ ସେଲିବ୍ରେସନ ପାଇଁ ଯାଇଥିଲେ । ସେହି ଅନାଥ ପିଲାଙ୍କ ସହ ସମୟ ବିତାଇବା ପରେ ସେମାନଙ୍କୁ ଉପହାର ମଧ୍ୟ ଦେଇଥିଲେ ।

ଖବର ମୁତାବକ ଜ୍ୟାକଲୀନ ବାନ୍ଦ୍ରାସ୍ଥିତ ଅନଥାଶ୍ରମକୁ ଯାଇଥିଲେ । ସେଠାରେ ବଡ଼ଦିନ ପାଳନ କରି ଜ୍ୟାକଲୀନ ପିଲା ଙ୍କୁ କ୍ୟାପ ବାଣ୍ଟି ଥିଲେ । ଏବଂ ଗିଫ୍ଟରେ ଚକଲେଟ ଚିପ୍ସ ମଧ୍ୟ ଦେଇଥିଲେ ।

ଏହାବ୍ୟତୀତ ଗୀତାର ହାତରେ ଧରି ପିଲାମାନଙ୍କ ମନୋରଞ୍ଜନ କରିଥିଲେ । ତାଙ୍କ କିଛି ମୁହୂର୍ତ୍ତ ପିଲାଙ୍କ ମନ ଖୁସି କରିପକାଇଥିଲା ।

ଏଠାରେ ଆମେ କହି ରଖୁଛୁ ଯେ ଖୁବ ଶୀଘ୍ର ଜ୍ୟାକଲୀନ ଏକ କନ୍ନଡ ଫିଲ୍ମ ‘କିରିକ ପାର୍ଟି’ର  ହିନ୍ଦୀ ରିମେକରେ ନଜର ଆସିବେ । ତାଙ୍କ ସହ ନଜର ଆସିବେ କାର୍ତ୍ତିକ ଆର୍ୟନ । ପ୍ରଥମ ଥର ଏହି ଯୋଡି କୁ ଦେଖିବାକୁ ମିଳିବ । ଏହାପରେ ସୁଶାନ୍ତ ସିଂ ରାଜପୁତଙ୍କ ସହ ମଧ୍ୟ ‘ଡ୍ରାଇଭ’ରେ ନଜର ଆସିବେ ଜ୍ୟାକଲୀନ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More