Only for Entertainment

ଆୱାର୍ଡ ଶୋ’ର ଗ୍ଲାମରସ ଲୁକ ଇନଷ୍ଟାଗ୍ରାମରେ ଶେୟାର କଲେ ଜ୍ୟାକଲିନ !

32

ମୁମ୍ବାଇରେ ଅନୁଷ୍ଠିତ ହୋଇଥିବା ଉମଙ୍ଗ ପୁଲିସ ଆୱାର୍ଡ ଶୋ’ର ଆୟୋଜନ କରାଯାଇଥିଲା । ଏହି ଇଭେଂଟରେ ବଲିଉଡର ଅନେକ ବଡ ବଡ କଳାକାର ଯୋଗ ଦେଇଥିଲେ । ସେହିଭଳି ଅନେକ କଳାକାର ନିଜର ଜବରଦସ୍ତ ପରଫର୍ମାନ୍ସରେ ସମସ୍ତଙ୍କୁ ମତୁଆଲା କରିଥିଲେ । ସେମାନଙ୍କ ମଧ୍ୟ ଗୋଟିଏ ପରଫର୍ମାନ୍ସ ଥିଲା ଜ୍ୟାକଲିନଙ୍କର । ଜ୍ୟାକଲିନ ନିଜର ଲଟକେ ଝଟକେରେ ଫ୍ୟାନ୍ସ ମାନଙ୍କୁ ଖୁବ ଏଂଟରଟେନ କରିଥିଲେ ।

ସେହିଭଳି ଜ୍ୟାକଲିନ ଗ୍ରୀନ ଏବଂ ବ୍ଲୁ ରଂଗର ଡ୍ରେସ ପିନ୍ଧିଥିଲେ, ଯେଉଁଥିରେ ସେ ଖୁବ ଔଙ୍କ ନଜର ଆସିଥିଲେ । ଏହା ସହ ସେ ପିନ୍ଧିଥିବା ଲମ୍ବା ଜୋତା ଏବଂ ତାଙ୍କ ହେୟାର ଷ୍ଟାଇଲ ତାଙ୍କ ଲୁକକୁ ଆହୁରୀ ଆକର୍ଷଣୀୟ କରିଥିଲା । ଜ୍ୟାକଲିନ ଏହି ଗେଟଅପରେ କିଛି ଫଟୋ ନିଜ ଅଫିସିଆଲ ଇନଷ୍ଟାଗ୍ରାମରେ ମଧ୍ୟ ଶେୟାର କରିଛନ୍ତି । ଯାହାକୁ ଲୋକମାନେ ଖୁବ ପସନ୍ଦ କରିଛନ୍ତି ।

ଜ୍ୟାକଲିନଙ୍କ କାମ ବିଷୟରେ କହିବାକୁ ଗଲେ ଖୁବ ଶୀଘ୍ର ସୁଶାନ୍ତ ସିଂ ରାଜପୂତଙ୍କ ସହ ‘ଡ୍ରାଇଭ’ ଫିଲ୍ମରେ ନଜର ଆସିବେ । ଏଥିରେ ସେ ମୁଖ୍ୟ ଭୂମିକାରେ ନଜର ଆସିବେ । ଏହି ଫିଲ୍ମ ୨୦୧୯ ଜୁନ ୨୮ରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More