Only for Entertainment

ରେସ-୩ରେ ଜାକଲିନଙ୍କ ଷ୍ଟଂଟ ଆପଣଙ୍କୁ କରିଦେବ ଚକିତ, ଘଂଟାଏ ମଧ୍ୟରେ ମିଳି ସାରିଲାଣି ୧୨ଲକ୍ଷ ଭ୍ୟୁ !

khabarNDTV
0 52

ବଲିଉଡର ଟପ ଅଭିନେତ୍ରୀ ଜାକଲିନ ଫର୍ଣ୍ଣାଡିଜଙ୍କ ଆଗାମୀ ଫିଲ୍ମ ଈଦରେ ରିଲିଜ ହେବା ଲାଗି ପ୍ରସ୍ତୁତି ଆରମ୍ଭ କରି ଦେଇଛି । ରେମୋ ଡିସୁଜାଙ୍କ ନିର୍ଦ୍ଦେଶନାରେ ପ୍ରସ୍ତୁତି ହୋଇ୍ଥିବା ଫିଲ୍ମ ‘ରେସ-୩’ରେ ଜାକଲିନଙ୍କୁ ସଲମାନଙ୍କ ସହ ଏକ ସୁପରହିଟ ଯୋଡିରେ ଦେଖିବାକୁ ମିଳିବ । ରେସ-୩ ରିଲିଜ ହେବା ଲାଗି ଆଉ କିଛି ଦିନ ବାକି ଅଛି । ଫିଲ୍ମରେ ଜାକଲିନ ନିଜର କେବଳ ସୁନ୍ଦରତା ନୁହେଁ ବରଂ ଜବରଦସ୍ତ ଆକ୍ସନ ଏବଂ ଷ୍ଟଂଟ ମଧ୍ୟ ଦେଖାଇବେ । ଅଭିନେତ୍ରୀ ଷ୍ଟଂଟ ପାଇଁ ଟ୍ରେନିଂ ନେଲା ବେଳେ ଏକ ଭିଡିଓ ସେୟାର କରିଛନ୍ତି ।

ଦୃତ ଗତିରେ ଇଂଟରନେଟରେ ଏହି ଭିଡିଓ ଭାଇରାଲ ହେବାରେ ଲାଗିଛି । ଜାକଲିନଙ୍କର ଏହି ଭିଡିଓକୁ ଘଂଟାଏ ମଧ୍ୟରେ ୧୨ଲକ୍ଷ ଭ୍ୟୁଜ ମିଳି ସାରିଲାଣି । ରେସ-୩’ର ସୁଟିଂ ଜାକଲିନଙ୍କ ପାଇଁ ଖୁବ କଷ୍ଟକର ଥିଲା । ସେଟରେ ତାଙ୍କ ଆଖିରେ ଆଘାତ ଲାଗିଥିଲା ଯାହା କେବେ ଠିକ ହୋଇ ପାରିବ ନାହିଁ । ଏବେ ଜାକଲିନ ତାଙ୍କର ଆଗାମୀ ଫିଲ୍ମ ରେସ-୩’ର ଜୋରସୋର ପ୍ରମୋଶନରେ ବ୍ୟସ୍ତ ଅଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More