Only for Entertainment

ମାଧୁରୀଙ୍କ ଏହି ଗୀତରେ ନାଚିବେ ଜାକଲିନ୍‌

gyanunlimited.com
0 72

ଖୁବ୍‌ ଶୀଘ୍ର ରିଲିଜ୍‌ ହେଉଛି ଟାଇଗର  ଶ୍ରଫ୍‌  ଓ  ଦିଶା  ପଟ୍ଟାନି  ଷ୍ଟାରର୍‌ ଫିଲ୍ମ  ‘  ବାଗୀ -୨’। ଏଥିରେ  ଆଇଟମ୍‌  ନମ୍ବର କରିବେ  ବଲିଉଡର  ସେକ୍ସି  ହିରୋଇନ୍‌  ଜାକଲିନ୍‌   ଫର୍ଣ୍ଣାଡିଜ୍‌  ।  ସେ  ଏହି  ସିନେମାରେ   ମାଧୁରୀ  ଦୀକ୍ଷିତଙ୍କ  ଉପରେ  ପିକ୍‌ଚରାଇଜ୍‌  ହୋଇଥିବା  ସୁପରହିଟ୍‌  ଗୀତ  ‘ ଏକ୍‌   ଦୋ ତିନି ….’ ର  ତାଳେ  ତାଳେ  ନୃତ୍ୟ  କରିବେ  ବୋଲି  ଜଣାଯାଇଛି  ।

ପ୍ରଖ୍ୟାତ  ନିର୍ଦ୍ଦେଶକ  ଏନ୍‌ ଚନ୍ଦ୍ରାଙ୍କ  ନିର୍ଦ୍ଦେଶିତ ଫିଲ୍ମ  ‘ ତେଜାବ୍‌’ ରେ  ଥିଲା  ‘ ଏକ୍‌  ଦୋ  ତିନ୍‌   ଚାର  ପାଞ୍ଚ …’  ଗୀତ ।  ଏହାର  ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ସୁପରହିଟ୍‌  ଯୋଡ଼ି   ଲକ୍ଷ୍ମୀକାନ୍ତ-ପ୍ୟାରେଲାଲ୍‌ ।  ଏଥିରେ   କଣ୍ଠଦାନ  କରିଥିଲେ  ସୁପରିଚତା ଗାୟିକା   ଅଲ୍‌କା  ୟାଗ୍‌ନିକ୍‌ ।  ଏହି   ଗୀତର   କୋରିଓଗ୍ରାଫି   କରିଥିଲେ  ପ୍ରଖ୍ୟାତ    କୋରିଓଗ୍ରାଫର  ସରୋଜ୍‌   ଖାନ୍‌ ।  ଏହି ଗୀତକୁ   ରିକ୍ରିଏଟ୍‌  କରୁଛନ୍ତି  ‘ ବାଗୀ-୨’  ର  ନିର୍ଦ୍ଦେଶକ  ଅହମ୍ମଦ  ଖାନ୍‌,  ଯିଏ କି  ସରୋଜ  ଖାନ୍‌ଙ୍କ  ବହୁଚର୍ଚ୍ଚିତ  ଗୀତ ‘ ଚୋଲି  କେ ପିଛେ….’  ର  ଆସିଷ୍ଟାଣ୍ଟ  ଥିଲେ ।

ସରୋଜ ଖାନ୍‌  କହିଛନ୍ତି ଯେ   ଅଭିନେତ୍ରୀ  ମାଧୁରୀ   ଦୀକ୍ଷିତ  ‘ ଏକ୍‌  ଦୋ ତିନି  ଗୀତର  ନୃତ୍ୟ  ପାଇଁ  ବହୁତ ପରିଶ୍ରମ  କରିଥିଲେ, ଯେଉଁଥିପାଇଁ  ତାହା  ଅଧିକ ଲୋକପ୍ରିୟ  ହୋଇଥିଲା ।    ମାଧୁରୀ  ନିଜେ  ଜଣେ ଜଣାଶୁଣା  କଥକ ଡାନ୍‌ସର ।  ସେ ଏହି ଗୀତର ସୁଟିଂ କରାଯିବା ପୂର୍ବରୁ   ୧୭ ଦିନ ଧରି ରିହର୍ସାଲ  କରିଥିଲେ  ହେବାଲି  କରିଛନ୍ତି  ସରୋଜ୍‌ ଖାନ୍‌ ।

ଅପରପକ୍ଷରେ  ନିର୍ଦ୍ଦେଶକ  ଅହମ୍ମଦ  ଖାନ୍‌  କହିଛନ୍ତି   ଏହି  ଗୀତଟି  ‘ ବାଗୀ-୨’ ର  ସିକ୍ୱେନ୍ସ  ସହିତ  ମେଳ  ଖାଉଥିବାରୁ  ସେ ଏହାକୁ  ବାଛିଛନ୍ତି  ।  ତେବେ  ଏହି ଗୀତରେ   ସେ ନୂଆ  ଷ୍ଟେପ୍‌   ଶିଖାଇବେ  ଜାକଲିନିଙ୍କୁ   ବୋଲି ମଧ୍ୟ   କହିଛନ୍ତି ।  ଡିଜାଇନ୍‌ର  ମନୀଷ   ମାଲହୋତ୍ରା   ଜାକଲିନ୍‌ଙ୍କର  ଡ୍ରେସ୍‌  ଡିଜାଇନ୍‌  କରୁଛନ୍ତି  ବୋଲି   ସେ ସୂଚନା  ଦେଇଛନ୍ତି ।  ଦେଖାଯାଉ  ଜାକଲିନ୍‌  ମାଧୁରୀଙ୍କୁ   ଷ୍ଟାର୍‌   ବନାଇଥିବା ଏହି  ଗୀତକୁ  କେତେ  ନ୍ୟାୟ   ଦେଇପାରୁଛନ୍ତି  !

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More