Only for Entertainment

ଫାଷ୍ଟ ଲୁକ : ‘ବାଗୀ-୨’ରେ ଏହି ଅନ୍ଦାଜରେ ନଜର ଆସିବେ ବବଲି ଗାର୍ଲ ଜ୍ୟାକଲିନ ଫର୍ଣ୍ଣାଡିଜ

zee news
0 48

ବଲିଉଡର ବବଲି ଗାର୍ଲ ଜ୍ୟାକଲିନ ଫର୍ଣ୍ଣାଡିଜ ବର୍ତ୍ତମାନ ତାଙ୍କର ଆଗାମୀ ଫିଲ୍ମ ‘ରେସ-୩’ର ସୁଟିଂରେ ବ୍ୟସ୍ତ ଅଛନ୍ତି । କିନ୍ତୁ ନିକଟରେ ଖବର ଆସିଥିଲା ଜ୍ୟାକଲିନ, ଟାଇଗର ଶ୍ରଫ ଏବଂ ଦିଶା ପଟ୍ଟାନୀଙ୍କ ଫିଲ୍ମ ‘ବାଗୀ-୨’ ରେ ୯୦ ଦଶକର ସୁପରହିଟ ଗୀତ ‘ଏକ ଦେ ତିନ…’ ରେ ନଜର ଆସିବେ । ବର୍ତ୍ତମାନ ଜ୍ୟାକଲିନ ସୋସିଆଲ ମିଡିଆରେ ତାଙ୍କର ଏହି ଗୀତର ଫାଷ୍ଟ ଲୁକକୁ ଶେୟାର କରିଛନ୍ତି ।

‘ଏକ ଦେ ତିନ…’ ଗୀତ ‘ତେଜାବ’ ଫିଲ୍ମର ଥିଲା ଯେଉଁଥିରେ ମାଧୁରୀ ଦୀକ୍ଷିତ ନଜର ଆସିଥିଲେ । ଡ୍ୟାନ୍ସିଙ୍ଗର ଦିବା କୁହାଯାଉଥିବା ମାଧୁରୀଙ୍କ ଏହି ଗୀତ ସେତେବେଳେ ଖୁବ ଲୋକପ୍ରିୟ ହୋଇଥିଲା । ମଧୁରୀଙ୍କର ଏହି ଗୀତକୁ ସରୋଜ ଖାନ କୋରିଓଗ୍ରାଫ କରିଥିବା ବେଳେ ଏହି ରିକ୍ରିଏଟ ଭର୍ସନରେ ଗଣେଶ ଆଚାର୍ଯ୍ୟ ଅବଂ ଅହମ୍ମଦ ଖାନ କୋରିଓଗ୍ରାଫି ଦେଖିବାକୁ ମିଳିବ । ଏହା ପୂର୍ବରୁ ଜ୍ୟାକଲିନଙ୍କ ଫିଲ୍ମ ‘ରେସ-୨’ର ଗୀତ ‘ଲତ ଲଗ ଗୟି’ ଏବଂ ‘କିକ’ର ଗୀତ ‘ଝୁମେ କି ରାତ ହେ’କୁ ଅହମ୍ମଦ କୋରିଓଗ୍ରାଫ କରିସାରିଛନ୍ତି ।


ଏହି ଗୀତରେ ଲୁକରେ ଜ୍ୟାକଲିନ ଖୁବ ସୁନ୍ଦର ଦେଖାଯାଉଛନ୍ତି । ଜ୍ୟାକଲିନ ଏହି ଲୁକକୁ ଶେୟାର କରି ଲେଖିଥିଲେ ‘ଏକ ଦେ ତିନ ଚାର ପାଂଚ… ଏହି ଗୀତର ସଙ୍ଗୀତରୁ ନିଜକୁ ରଖି ପାରୁନି । ପ୍ରସ୍ତୁତ ହୋଇଯାଆନ୍ତୁ… ଖୁବ ଶୀଘ୍ର ଆସୁଅଛି ।’
ଉଲ୍ଲେଖଯୋଗ୍ୟ ‘ବାଗୀ-୨’ରେ ଟାଇଗର ଶ୍ରଫ ଏବଂ ଦିଶା ପଟ୍ଟାନୀଙ୍କ ଯୋଡିକୁ ଦର୍ଶକ ଦେଖିବାକୁ ପାଇବେ । ଏହି ଫିଲ୍ମ ମାର୍ଚ୍ଚ ୩୦ରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More