Only for Entertainment

ଡବୁ ରତନାନୀଙ୍କ କ୍ୟାଲେଣ୍ଡରରେ ଟାୱେଲ ବାନ୍ଧି ପବନରେ ଉଡୁଥିବାର ନଜର ଆସିଲେ ଜ୍ୟାକଲିନ ଫର୍ଣ୍ଣାଂଡିଜ !

27

ବଲିଉଡ ପ୍ରସିଦ୍ଧ ଫଟୋଗ୍ରାଫର ଡବୁ ରତନାନୀଙ୍କ କ୍ୟାଲେଣ୍ଡରରେ ଅନେକ ଷ୍ଟାରଙ୍କ ଫଟୋସୁଟ କରାଯାଇଥିଲା । ଡବୁ ରତନାନୀଙ୍କ ସମସ୍ତ ଫଟୋରେ ବଲିଉଡ ଷ୍ଟାରଙ୍କର କିଛି ଅଲଗା ଅନ୍ଦାଜ ଦେଖିବାକୁ ମିଳିଥିଲା । ଫ୍ୟାନ୍ସମାନେ ତାଙ୍କ ଫଟୋସୁଟର ସମସ୍ତ ଫଟୋକୁ ଖୁବ ପ୍ରଶଂସା କରିଛନ୍ତି । ନିକଟରେ ଡବୁ ରତନାନୀଙ୍କ କ୍ୟ।।ଲେଣ୍ଡର ପାଇଁ ଡବୁ ରତନାନୀ ଜ୍ୟାକଲିନଙ୍କର ମଧ୍ୟ ଫଟୋସୁଟ କରିଛନ୍ତି । ଫିଲ୍ମ ଜଗତରେ ସେମିତି ବି ଜ୍ୟାକଲିନଙ୍କ କ୍ୟୁଟନେସ ଏବଂ ଚୁଲବିଲ ଅନ୍ଦାଜ ସମସ୍ତଙ୍କୁ ଖୁବ ପସନ୍ଦ । ଡବୁ ରତନାନୀଙ୍କ ଫଟୋସୁଟରେ ଜ୍ୟାକଲିନ ଖୁବ ହଟ ନଜର ଆସିଛନ୍ତି ।

ଏହି ଫଟୋରେ ଜ୍ୟାକଲିନ ଟାୱେଲ ପିନ୍ଧି ପବନରେ ହଟ ଅନ୍ଦାଜରେ ପୋଜ ଦେଇଥିବାର ନଜର ଆସିଛନ୍ତି । ଏହି ଫଟୋରେ ମଧ୍ୟ ତାଙ୍କ କ୍ୟୁଟ ଅନ୍ଦାଜ ଏବଂ ଚୁଲବୁଲି ଏକ୍ସପ୍ରେସନ ଦେଖିବାକୁ ମିଳିଛି । ଏହି ଫଟୋସୁଟକୁ ଡବୁ ରତନାନୀ ତାଙ୍କ ଇନଷ୍ଟାଗ୍ରାମରେ ଶେୟାର କରିଛନ୍ତି ।

ୱାର୍କଫ୍ରଂଟ ବିଷୟରେ କହିବାକୁ ଗଲେ ଜ୍ୟାକଲିନଙ୍କ ଆଗାମୀ ଫିଲ୍ମ ‘ଡ୍ରାଇଭ’ ଅଟେ । ଏହି ଫିଲ୍ମରେ ତାଙ୍କ ସହ ସୁଶାନ୍ତ ସିଂ ରାଜପୁତ ନଜର ଆସିବେ । ଏହି ଫିଲ୍ମରେ କରଣ ଜୋହର ପ୍ରଯୋଜନା କରିବେ ଏବଂ ନିର୍ଦ୍ଦେଶନା ଭାର ତୁଲାଇଛନ୍ତି ତରୁଣ ମନସୁଖାନୀ । ଏହି ଫିଲ୍ମ ୨୮ଜୁନରେ ରିଲିଜ ହୋଇପାରେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More