Only for Entertainment

ବହୁବଳୀ ଫେମ ପ୍ରଭାସ ଙ୍କ ସହ ପ୍ରେମ ସମ୍ପର୍କ କୁ ନେଇ ଗୁଜବ ଉଠିଥିବା ମହିଳା କଲେ ମାମଲା ରୁଜୁ !

24

ଓ୍ଵାଇଏସ୍‌ଆର୍‌ କଂଗ୍ରେସର ମୁଖ୍ୟ ଓ୍ଵାଇଏସ୍‌ ଜଗନମୋହନ ରେଡ୍ଡୀଙ୍କ ଭଉଣୀ ଓ୍ଵାଇଏସ୍‌ ଶାର୍ମିଲାଙ୍କ ସହ ବ୍ଲକ୍‌ବଷ୍ଟର ଫିଲ୍ମ ବାହୁବଳୀ ଫିଲ୍ମର ହିରୋ ପ୍ରଭାସଙ୍କ ପ୍ରେମ ସଂପର୍କ ଥିବା ନେଇ ଚର୍ଚ୍ଚା ହେଉଛି । ସୋସିଆଲ ମିଡିଆରେ ଏଭଳି ମିଥ୍ୟ ଚର୍ଚ୍ଚା ହେଉଥିବାରୁ ଶର୍ମିଲା ଏ ନେଇ ପୁଲିସରେ ଅଭିଯୋଗ କରିଥିବା ଜଣା ପଡ଼ିଛି । ସୋସିଆଲ ମିଡିଆ ବିଭିନ୍ନ ପୋଷ୍ଟରେ ନିଜ ନାଁ ପ୍ରଭାସଙ୍କ ସହ ଯୋଡ଼ି ହେଉଥିବା ଜାଣି ସେ ହାଇଦ୍ରାବାଦ୍‌ର ପୁଲିସ କମିଶନର ଅଞ୍ଜିନ୍‌ କୁମାରଙ୍କୁ ଭେଟିଥିଲେ । କମିଶନରଙ୍କୁ ଦେଖା କରିବା ସହ ଏଭଳି ଚର୍ଚ୍ଚା ହେବା ଦ୍ୱାରା ତାଙ୍କ ଛବି ଖରାପ ହେଉଛି ବୋଲି କହିଥିଲେ । ଏହା ସହ ଏଭଳି ମିଥ୍ୟା ପ୍ରଚାର କରୁଥିବା ଲୋକଙ୍କ ବିରୋଧରେ କଡ଼ା କାର୍ଯ୍ୟନୁଷ୍ଠାନ ନେବା ପାଇଁ ଦାବି କରିଥିଲେ ।

ଶର୍ମିଲାଙ୍କ କହିବା ଅନୁଯାୟୀ, ତେଲୁଗୁ ଦେଶମ ପାର୍ଟିର ଲୋକମାନେ ଏଭଳି ପୋଷ୍ଟକୁ ଭାଇରାଲ କରୁଛନ୍ତି । ଏ ପର୍ଯ୍ୟନ୍ତ ନାଁ ମୁଁ ପ୍ରଭାସଙ୍କ ସହ ଦେଖା ହୋଇଛି ନାଁ ତାଙ୍କ ସହ କଥା ହୋଇଛି । ଏଭଳି ମିଥ୍ୟା ପ୍ରଚାର କରିବାରେ ଟିଡିପିର ହାତ ଥିବା ମୁଁ ସନ୍ଦେହ କରୁଛି । ଅନ୍ୟ ପକ୍ଷରେ, ଟିଡିପି ଶର୍ମିିଲା ଲଗାଇଥିବା ସମସ୍ତ ଆରୋପକୁ ଅସ୍ୱୀକାର କରିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More