Only for Entertainment

‘ପାକିସ୍ତାନ ମୁର୍ଦାବାଦ….’ କହିଲେ ଏଠାରେ ମିଳିଥାଏ ଚିକେନ ଲେଗ ପିସ ଉପରେ ୧୦ ଟଙ୍କା ଡିସକାଉଣ୍ଟ

ANI
144

ପୁଲୱାମା ଆତଙ୍କବାଦୀ ଆକ୍ରମଣ ରେ ୪୦ ଜବାନ ସହିଦ ହେବା ପରେ ପୂରା ଦେଶରେ ଏହାକୁ ନେଇ ଆକ୍ରୋଶ ଦେଖାଯାଇଛି । ପାକିସ୍ତାନ ଟାରୁ ପ୍ରତିଶୋଧ ନେବା ପାଇଁ ପୂରା ଦେଶରେ ଦାବି ଜୋର ଧରିଛି । ଦେଶବାସୀ ସହିଜଙ୍କୁ ନିଜ ନିଜ ଢଙ୍ଗରେ ଶ୍ରଦ୍ଧାଞ୍ଜଳୀ ଦେବା ସହିତ ପାକିସ୍ତାନ ଉପରେ ବଡ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସରକାରଙ୍କୁ ନିବେଦନ କରୁଛନ୍ତି । ଇତି ମଧ୍ୟରେ ଛତିଶଗଡର ଜଗଦଲପୁର ଠାରେ ଜଣେ ଫୁଡ ଷ୍ଟଲ ଦୋକାନୀ ଏପରି କିଛି ଅଫର ଦେଉଛନ୍ତି ଯାହାକୁ ନେଇ ସବୁଠାରେ ଚର୍ଚ୍ଚା ହେଉଛି ।

ଜବଗଦଲପୁରର ରୋଡ ପାଖରେ ଫୁଡ ଷ୍ଟଲ ଲଗାଇ ଥିବା ଦୋକାନୀ ଅଞ୍ଜଲ ସିଂ ପାକିସ୍ତାନ ମୁର୍ଦାବାଦ ନାରା ଲଗାଇବା ପରେ ଚିକେନ ଲେଗ ପିସ ଉପରେ ୧୦ ଟଙ୍କା ଡିସକାଉଣ୍ଟ ଦେଉଛନ୍ତି ।

stall 1 କହିରଖୁଛୁ ଯେ, ଅଂଜଲଙ୍କ ଫୁଡ ଷ୍ଟଲର ନାମ ରହିଛି ଝଟକା ଚିକେନ ତନ୍ଦୁରୀ । ଏବଂ ତାଙ୍କ ଦୋକାନରେ ଚିକେନର ସବୁ ଡିସ ମିଳିଥାଏ । ଲୋକେ ତାଙ୍କୁ ଖାଇବାକୁ ଖୁବ ପସନ୍ଦ କରିଥାନ୍ତି । ତେବେ ଦେକାନରେ ଡିସକାଉଣ୍ଟ ରଖିବା ଫଳରେ ସେ କେବଳ ଜଗଦଲପୁରରେ ନୁହେଁ ବରଂ ପୂରା ଦେଶରେ ପପୁଲାର ହୋଇଯାଇଛନ୍ତି । ଫେସବୁକ, ଟ୍ୱିଟର ଏବଂ ହ୍ୱାଟସଆପରେ ତାଙ୍କର ଏହି ପାକି ସ୍ତାନ ମୁର୍ଦାବାଦ ଲେଖା ପୋଷ୍ଟର ଭାଇରାଲ ହେବାରେ ଲାଗିଛି । ଲୋକେ ଏହି ପୋଷ୍ଟରକୁ ଖୁବ ସେୟାର କରିବାରେ ଲାଗିଛନ୍ତି ।

ଏନଆଇକୁ ଦେଇ ଥିବା ଇ ଣ୍ଟରଭ୍ୟୁରେ ଅଂଜଲ ସିଂ କହିଛନ୍ତି, ‘ପାକିସ୍ତାନ କୌଣସି ମନବିକତାକୁ ମହତ୍ୱ ଦେଇନଥାଏ ଏବଂ ଭବିଷ୍ୟତରେ ଦେବନାହିଁ । ସେଥିପାଇଁ ସମସ୍ତ ପାକିସ୍ତାନ ମୁର୍ଦାବାଦ କହିବା ଦରକାର । ’ ଏହି ଟ୍ୱିଟକୁ ୫୨୮ ଲାଇକ୍ସ ଏବଂ ୧୬୧ ରି-ଟ୍ୱିଟ କରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More