Only for Entertainment

ଶ୍ରୀଦେବୀଙ୍କ ପ୍ରତିମୂର୍ତ୍ତିକୁ ଉନ୍ମୋଚନ କରିବା ପାଇଁ ସ୍ୱଜରଲ୍ୟାଣ୍ଡ ଯାଇଛନ୍ତି କି ଜାହ୍ନବୀ !

DNA India
0 40

ବଲିଉଡ୍‌ର ଲୋକପ୍ରିୟ ଅଭିନେତ୍ରୀ ସ୍ବର୍ଗତ ଶ୍ରୀଦେବୀଙ୍କ ସମ୍ମାନରେ ସ୍ବିଜରଲ୍ୟାଣ୍ଡ ଟୁରିଜିମ୍‌ ପକ୍ଷରୁ ସେଠାରେ ଏକ ପ୍ରତିମୂର୍ତ୍ତି ସ୍ଥାପନ କରାଯିବ ବୋଲି କିଛି ଦିନ ଆଗରୁ ଖବର ଶୁଣିବାକୁ ମିଳିଥିଲା। ଶ୍ରୀଦେବୀ ବଲିଉଡର ଦ୍ବିତୀୟ ସେଲିବ୍ରିଟି, ଯାହାଙ୍କ ପ୍ରତିମୂର୍ତ୍ତି ସ୍ବିଜରଲ୍ୟାଣ୍ଡରେ ପ୍ରତିଷ୍ଠା ହେବାକୁ ଯାଉଛି। ତାଙ୍କ ପୂର୍ବରୁ ନିର୍ଦେଶକ ୟଶ ଚୋପ୍ରାଙ୍କ ପ୍ରତିମୂର୍ତ୍ତି ଏଠାରେ ସ୍ଥାପନ କରାଯାଇଥିଲା।

ମିଳିଥିବା ଖବର ଅନୁସାରେ ସ୍ବିଜରଲ୍ୟାଣ୍ଡ ଟୁରିଜିମ୍ ବୋର୍ଡ ଶ୍ରୀଦେବୀଙ୍କୁ ସମ୍ମାନିତ କରି ଦେଶରେ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବାକୁ ଚାହୁଛନ୍ତି। ସୂଚନାଯୋଗ୍ୟ ଯେ ଶ୍ରୀଦେବୀଙ୍କ ସୁପରହିଟ୍‌ ସିନେମା ‘ଚାନ୍ଦନୀ’ର ଶୁଟିଂ ସ୍ବିଜରଲ୍ୟାଣ୍ଡରେ ହୋଇଥିଲା। ଏହି ଫିଲ୍ମର ଅନେକ ଦୃଶ୍ୟର ଶୁଟିଂ ଋଷି କପୁର ଓ ଶ୍ରୀଦେବୀ ସ୍ବିଜରଲ୍ୟାଣ୍ଡରେ କରିଥିଲେ। ଟୁରିଜିମ୍‌ ବୋର୍ଡ ଅଧିକାରୀଙ୍କ କହିବାନୁସାରେ ଶ୍ରୀଦେବୀଙ୍କ ପ୍ରତିମୂର୍ତ୍ତି ସ୍ଥାପନା କରି ଏଠାକୁ ଅଧିକ ସଂଖ୍ୟକ ଭାରତୀୟ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରାଯାଇପାରିବ।

Jhanvi-Kapoor-and-Sridevi

ଗୁରୁବାର ରାତିରେ ଜାହ୍ନବୀ ମୁମ୍ବାଇ ବିମାନବନ୍ଦରରେ ନଜର ଆସିଥିଲେ। ଜାହ୍ନବୀ ନିଜ ମା’ ଶ୍ରୀଦେବୀଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିବା ଲାଗି ସ୍ବିଜରଲ୍ୟାଣ୍ଡ ଯାଇଥିବା କୁହାଯାଉଛି। ତେବେ ସେ ଛୁଟି କାଟିବାକୁ ଯାଇଛନ୍ତି ନା କୌଣସି ସିନେମାର ଶୁଟିଂ ପାଇଁ ଯାଇଛନ୍ତି, ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ତେବେ ଜାହ୍ନବୀ ଏକାକୀ ସ୍ବିଜରଲ୍ୟାଣ୍ଡ ଯାଇ ନାହାନ୍ତି, ତାଙ୍କ ସହିତ ଜଣାଶୁଣା ଫ୍ୟାଶନ୍‌ ଡିଜାଇନର ମନୀଷ ମାଲହୋତ୍ରା ମଧ୍ୟ ଯାଇଛନ୍ତି। ସୂଚନାଯୋଗ୍ୟ ଯେ ଶାହିଦ କପୁରଙ୍କ ଭାଇ ଈଶାନ ଖଟରଙ୍କ ସହ ଜାହ୍ନବୀ ‘ଧଡ୍‌କ’ ସିନେମା ମାଧ୍ୟମରେ ବଲିଉଡ୍‌ ଡେବ୍ୟୁ କରିଛନ୍ତି।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More