Only for Entertainment

ଶ୍ରୀଦେବୀଙ୍କର ଏହି ଇଛାକୁ ନିଜ ଜନ୍ମ ଦିନରେ ପୂରଣ କରିବେ ଜାହ୍ନବୀ ।

indiatvnews.com
0 51

ଶ୍ରୀଦେବୀଙ୍କୁ ଏହି ଦୁନିଆରୁ ଯିବାର ୧୦ ଦିନ ବିତି ଯାଇଛି । ତାଙ୍କ ପରିବାର ଏହି ଦୁଃଖରୁ ବାହାରିବାକୁ ଚେଷ୍ଟା କରୁଛନ୍ତି । ଏହି ମଧ୍ୟରେ ଜାହ୍ନବୀଙ୍କର ୨୧ ତମ ଜନ୍ମ ଦିବସ ମଧ୍ୟ ରହିଛି । ଏହା ହେଉଛି ତାଙ୍କର ପ୍ରଥମ ଜନ୍ମ ଦିନ ଯାହାକୁ ସେ ତାଙ୍କ ମାଙ୍କ ବିନା ପାଳନ କରିବେ । କିନ୍ତୁ ପ୍ରଶ୍ନ ଉଠୁଛି ଏତେ ବଡ଼ ଦୁଃଖ ମଧ୍ୟରେ ସେ କିଭଳି ତାଙ୍କ ଜନ୍ମଦିନ ପାଳନ କରିବେ ।

ଶ୍ରୀଦେବୀଙ୍କ ପରିବାର ଜାହ୍ନବୀଙ୍କୁ ତାଙ୍କ ଜନ୍ମ ଦିନରେ ଏକ ସରପ୍ରାଇଜ ଦେବାକୁ ଚାହୁଁଛନ୍ତି । ବାସ୍ତବରେ ଏହା ଶ୍ରୀଦେବୀଙ୍କର ଇଛା ଥିଲା । ଶ୍ରୀଦେବୀଙ୍କର ଦୁବାଇର ରହିଥିବାର କାରଣ ହେଉଛିଯେ ସେ ଜାହ୍ନବୀଙ୍କ ପାଇଁ ସପିଂ କରିବାକୁ ପ୍ଲାନ କରିଥିଲେ ।

ଏକ ମିଡିଆ ରିପୋର୍ଟ ଅନୁସାରେ ଜାହ୍ନବୀ ତାଙ୍କର ଜନ୍ମଦିନ ପାଳନ କରିବେ । ତେବେ ସେ ଅନାଥ ଆଶ୍ରମରେ ଏହା ପାଳନ କରିବେ ବୋଲି ଚିନ୍ତା କରିଛନ୍ତି । ଅନାଥ ଆଶ୍ରମରେ ଜନ୍ମ ଦିନ ପାଳନ କରିବା ରୀତି ସେହି ପରିବାରରେ ଶ୍ରୀଦେବୀ ଆରମ୍ଭ କରିଥିଲେ । ଏବେ ଜାହ୍ନବୀ ଏହାକୁ ଜାରି ରଖିବାକୁ ଚାହୁଁଛନ୍ତି । ଗୋଟିଏ ପାଶ୍ୱର୍ରେ ଏହା ଶ୍ରୀଦେବୀଙ୍କ ପ୍ରତି ଜାହ୍ନବୀଙ୍କର ଶ୍ରଦ୍ଧାଂଜଳି । ଶ୍ରୀଦେବୀ ସର୍ବଦା ତାଙ୍କ ଦୁଇ ଝିଅଙ୍କୁ ଫ୍ୟାନ୍ସ ମାନଙ୍କୁ ଭଲପାଇବା ବାଂଟିବା ପାଇଁ ଶିକ୍ଷା ଦେଇ ଆସିଥିଲେ ।
ତେବେ ଜାହ୍ନବୀ ଏକ ଇମୋଶନାଲ ଚିଠି ଲେଖିଥିଲେ । ଯେଉଁଥିରେ ସେ ଲେଖିଥିଲେଯେ ଖୁସି ଏବଂ ମୁଁ ଆମ ମାଙ୍କୁ ହରାଇଛୁ । କିନ୍ତୁ ପାପା ତାଙ୍କ ଜୀବନକୁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More