Only for Entertainment

ସ୍ୱର୍ଗତା ଶ୍ରୀଦେବୀଙ୍କ ଝିଅ ଆରମ୍ଭ କଲେ ତାଙ୍କର ପ୍ରଥମ ୱେବସିରିଜ, ଏକାଥରେ..

46

ଜାହ୍ନବୀ କପୂର ଫିଲ୍ମ ଧଡ଼କରେ ବଲିଉଡରେ ଡେବ୍ୟୁ କରିଛନ୍ତି । ତେବେ ଆଗାମୀ ଦିନରେ ଜାହ୍ନବୀଙ୍କୁ ଏକାଧିକ ଫିଲ୍ମରେ ଦେଖିବାକୁ ମିଳିବ । ଜାହ୍ନବୀ ସୌର୍ଯ୍ୟ ବୀର ପୁରସ୍କାର ପାଇଥିବା ଭାରତର ପ୍ରଥମ ମହିଳା ଫ୍ଲାଇଟ ଲେଫ୍ଟନାଂଟ ଗୁଂଜନ ସକସେନାଙ୍କ ବାୟୋପିକରେ ନଜର ଆସିବେ । ଏହା ବ୍ୟତୀତ ତାଙ୍କ ନିକଟରେ ରାଜକୁମାର ରାଓଙ୍କ ସହିତ ରୁହି ଆଫଜା, କରଣ ଜୋହରଙ୍କ ମଲ୍ଟି ଷ୍ଟାରର ଫିଲ୍ମ ତଖ୍ତ ଏବଂ ଦୋସ୍ତାନା ଟୁ ଭଳି ଦୁଇଟି ବଡ଼ ବଡ଼ ଫିଲ୍ମ ରହିଛି ।

ଫିଲ୍ମ ବ୍ୟବତୀତ ଭିନ୍ନ ପ୍ଲାଟଫର୍ମରେ ନିଜର ଅଭିନୟର ଜଲୱା ଦେଖାଇବା ପାଇଁ ପ୍ରସ୍ତୁତ ହୋଇ ସାରିଲେଣି ଜାହ୍ନବୀ । ସେ ଖୁବଶୀଘ୍ର ଡିଜିଟାଲ ଡେବ୍ୟୁ କରିବାକୁ ଯାଉଛନ୍ତି । ଜାହ୍ନବୀ ଜୋୟା ଅଖତରଙ୍କ ଘୋଷ୍ଟ ସିରିଜରେ ନଜର ଆସିବେ । ମିଡିଆ ରିପୋର୍ଟ ଅନୁସାରେ ଆଜି ଠାରୁ ଏହାର ସୁଟିଂ ଆରମ୍ଭ ହେବାକୁ ଯାଉଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More