Only for Entertainment

ପ୍ରଥମ ଥର ଶ୍ରୀଦେବୀଙ୍କୁ ନେଇ କହିଲେ ଝିଅ ଜାହ୍ନବୀ,ଦେଖନ୍ତୁ ଭିଡିଓ ।

aajtak
0 64

ଗତ କିଛି ଦିନ ପୂର୍ବରୁ ଦିବଙ୍ଗତ ଶ୍ରୀଦେବୀଙ୍କୁ ଫିଲ୍ମ ‘ମମ’ ପାଇଁ ବେଷ୍ଟ ଆକ୍ଟ୍ରେସର ନେସନାଲ ଆୱାର୍ଡ଼ ମିଳିଛି । ସେହି ସମୟରେ ବୋନି କପୁର ଭାରତ ସରକାରଙ୍କୁ ଧନ୍ୟବାଦ ଜଣାଇଥିଲେ । ସେହି ସମୟର ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି । ଯେଉଁଥିରେ ବୋନି କପୁରଙ୍କ ବ୍ୟତୀତ ଜାହ୍ନବୀ ମଧ୍ୟ ଶ୍ରୀଦେବୀଙ୍କ ବିଷୟରେ ପ୍ରଥମ ଥର କହିଥିବା ନଜର ଆସିଛନ୍ତି ।

 

ଭିଡିଓରେ ଜାହ୍ନବୀ କହିଛନ୍ତିଯେ ମା ଶ୍ରୀଦେବୀଙ୍କ ପରିଶ୍ରମ ଏବଂ ଦୃଢତାକୁ ବୁଝିଥିବାରୁ ମୁଁ ଏବଂ ଖୁସି ଜ୍ୟୁରିଙ୍କୁ ଧନ୍ୟବାଦ ଜଣାଉଛୁ । ଏହା ଆମ ପାଇଁ ଖୁବ ଖାସ । ତାଙ୍କ କାମକୁ ପସନ୍ଦ କରାଯାଇଥିବାରୁ ଆମେ ଖୁବ ଖୁବ ଖୁସି ଅଛୁ । ଏହାପରେ ବୋନି କଥା ମଧ୍ୟରେ ଭାରତ ସରକାରଙ୍କୁ ଧନ୍ୟବାଦ ଜଣାଇବା ପାଇଁ କହିଥିବାର ନଜର ଆସିଛନ୍ତି । ତେଣୁ ଜାହ୍ନବୀ ଏହାପରେ ଭାରତ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

 

ଶ୍ରୀଦେବୀଙ୍କ ଯିବା ପରେ ବୋନି ତାଙ୍କର ଦୁଇଝିଅଙ୍କର ଖୁବ ଧ୍ୟାନ ରଖୁଛନ୍ତି । ଅଧିକାଂଶ ସମୟ ସେ ଝିଅଙ୍କର ହାତଧରି ଚାଲୁଥିବାର ନଜର ଆସିଛନ୍ତି । ଜାହ୍ନବୀଙ୍କୁ ବଲିଉଡରେ ଲଂଚ କରିବା ପାଇଁ ଶ୍ରୀଦେବୀ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ତେବେ ତାଙ୍କ ଚାଲିଯିବା ପରେ ଏହି ଦାୟୀତ୍ୱ ଏବେ ବୋନି କପୁର ନେଇଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More