ୱାର ଚଳତବର୍ଷର ହାଇବଜେଟ, ପପୁଲାର ଷ୍ଟାରକାଷ୍ଟ ଓ ବ୍ଲକବଷ୍ଟର ଫିଲ୍ମ ଭାବେ ସବୁଠୁ ଆଗରେ ରହିଛି । ପରଦାରେ ହ୍ରିତିକ ରୋଶନ ଓ ଟାଇଗର ଶ୍ରଫଙ୍କ ଜବରଦସ୍ତ ଟକ୍କର ଦର୍ଶକଙ୍କୁ ବେଶ ପସନ୍ଦ ଆସିବା ସହ ନୂଆ ମାଇଲଷ୍ଟୋନ ସୃଷ୍ଟି କରିଛି । ଏବେ ପ୍ରଡକ୍ସନ ହାଉସ ଫିଲ୍ମର ଗୀତ ଜୟ ଜୟ ଶିବ ଶଙ୍କର ଫୁଲ ଭିଡିଓକୁ ଜାରି କରିଛି । ଯେଉଁଥରେ ହ୍ରିତିକ ଓ ଟାଇରଙ୍କ ମଧ୍ୟ ଡ୍ୟାନ୍ସ ୱାର୍ ଦେଖିବାକୁ ମିଳିଛି ।
ହିଟ ଚାଟ୍ ତାଲିକାରେ ସାମିଲ ହୋଇଛି ଫିଲ୍ମ ୱାର ଗୀତ ଜୟ ଜୟ ଶିବଶଙ୍କର । ରିଲିଜ ହୋଇଥିବା ଏହି ଫିଲ୍ମକୁ ନେଇ ଯେତିକି ଚର୍ଚ୍ଚା କରାଯାଇଛି ସେତିକି ଲୋକପ୍ରିୟତା ସାଉଁଟିଛି ଏହାର ଗୀତଗୁଡିକ । ଦର୍ଶକଙ୍କୁ ହ୍ରିତିକ ରୋଶନ ଓ ଟାଇଗର ଶ୍ରଫଙ୍କ ଜବରଦସ୍ତ ଆକ୍ସନ ସିନ ମନୋରଞ୍ଜନ କରିବା ପରେ ଟିମ ୱାର ଏବେ ନୂଆ ଭିଡିଓ ଜାରି କରିଛି । ହ୍ରିତିକ ଓ ଟାଇଗରଙ୍କ ଦମରଦାର ଡ୍ୟାନ୍ସ କମ୍ପିଟେସନକୁ ଜୟ ଜୟ ଶିବଶଙ୍କର ଗୀତରେ ଯୋଡି ପ୍ରଡକ୍ସନ ହାଉସ ନୂଆ ଭିଡିଓ ଜାରି କରିଛି ।
୨ ମିନିଟ ୫୩ ସେକେଣ୍ଡରେ ଆପଣ ପୁରୁଣା ଗୀତର ଝଲକ ଦେଖିବାକୁ ପାଇବେ ଓ ପର ୫୩ ସେକେଣ୍ଡର ରହିଛି ହ୍ରିତିକ, ଟାଇଗରଙ୍କ ଦମଦାର ଡ୍ୟାନ୍ସ । ପ୍ରଥମ ଟାଇଗର ଡ୍ୟାନ୍ସ ଚ୍ୟାଲେଞ୍ଜ ସହ ଓହ୍ଲାଇବା ପରେ ତାଙ୍କୁ ଟକ୍କର ଦେଉଛନ୍ତି ହ୍ରିତିକ । ୟୁଟ୍ୟବରେ ଏହି ୩ମିନିଟ ୫୪ ସେକେଣ୍ଡର ଗୀତକୁ ଦର୍ଶକ ବେଶ ପସନ୍ଦ କରୁଛନ୍ତି । ଏହା ସହିତ ଗୀତଟି ଏବେ ୟୁଟ୍ୟୁବରେ ଟ୍ରେଣ୍ଡ କରିବାରେ ଲାଗିଛି ।