Only for Entertainment

ଫାଶୀ ଦେବା ପୂର୍ବର କିଛି କଥା ଯାହା ଆପଣ ମଧ୍ୟ ଜାଣିନଥିବେ ।

dailyhunt
0 73

ମୃତ୍ୟୁ ଦଣ୍ଡାଦେଶ ନିହାତି ଭାବରେ କଷ୍ଟଦାୟକ ଘଟଣା । କିନ୍ତୁ ସାଂଘାତିକ ଦୋଷୀଙ୍କ ପାଇଁ ଏହା ନିହାତି ଭାବରେ ପ୍ରଯୁଜ୍ୟ । କାରଣ ଯଦି ଦୋଷୀକୁ ଏଭଳି ଦଣ୍ଡ ଦିଆଯିବ ନାହିଁ ତେବେ ନିହାତି ଭାବରେ କ୍ରାଇମ ବଢିବ । ତେବେ ଫାଶୀ ଦେବା ପୂର୍ବରୁ ଜେଲରେ କିଛି ନିୟମ ରହିଥାଏ । ଯାହାକୁ ଖୁବ କମ ଲୋକ ଜାଣିଥିବେ । ଆସନ୍ତୁ ସେହି ବିଷୟରେ ଜାଣିବା ।
୧. ସୂଚନା ମୁତାବକ ଜେଲରେ ସମସ୍ତ କାମ ସୂର୍ଯ୍ୟୋଦୟ ପରେ ଆରମ୍ଭ ହୋଇଥାଏ । ତେଣୁ ଫାଶୀ ସୁର୍ଯ୍ୟୋଦୟ ପରେ ଦିଆଯାଏ । କାରଣ ଜେଲରେ ବାକି କାମରେ କୌଣସି ବାଧା ସୃଷ୍ଟି ହେବ ନାହିଁ ।

୨. ଫାଶୀ ଦେବାର କିଛି ମିନିଟ ପରେ ଡାକ୍ତରୀ ଟିମ ଇ୍ୟକ୍ତିର ଶରୀରକୁ ସ୍ୱାସ୍ଥ୍ୟକୁ ଯାଂଚ କରି ସୂଚନା ଦିଅନ୍ତି । ଏହାପରେ ଫାଶୀରୁ ବାହାର କରାଯାଏ ।

୩. କୌଣସି ବ୍ୟକ୍ତିକୁ ଫାଶୀ ଦେବା ପୂର୍ବରୁ ତା’ର ଶେଷ ଇଛା ପଚରାଯାଏ । କିନ୍ତୁ ଶେଷ ଇଛା କେବଳ ଜେଲର ମାନୁଆଲ ଅନୁସାରେ ପୂରଣ କରାଯାଏ । ଯେପରିକି ବ୍ୟକ୍ତି ତା’ର ବନ୍ଧୁ ଓ ପରିଜନଙ୍କୁ ଦେଖା କରିବା,କୌଣସି ପୁସ୍ତକ ପଢିବା ଏବଂ ଖାଦ୍ୟ ସାମିଲ ଥାଏ ।

୪. ଫାଶୀ ଦେବା ପୂର୍ବରୁ ଜଲ୍ଲାଦ ପ୍ରଥମେ ଦୋଷୀକୁ ଭୁଲ ମାଗେ । ଯଦି ଦୋଷୀ ମୁସଲମାନ ତେବେ ସଲାମ କରାଯାଏ,ଏବଂ ହିନ୍ଦୁ ହେଲେ ରାମ ରାମ କୁହାଯାଏ ।

୫. ଫାଶୀ ଦେବା ସମୟରେ ସେଠାରେ ଜେଲ ଅଧିକ୍ଷକ,ଏକ୍ଜିକ୍ୟୁଟିଭ ମାଜିଷ୍ଟ୍ରେଟ ଏବଂ ଜଲ୍ଲାଦ ଉପସ୍ଥିତ ରୁହନ୍ତି । ଏହା ବ୍ୟତୀତ ଫାଶୀ ଦିଆଯାଇପାରିବ ନାହିଁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More