Only for Entertainment

ଧଡକ ସେଟରେ ମଗରେ ପାଣି ଢାଳି ନିଜକୁ ଏପରି ଓଦା କରୁଥିବାର ନଜର ଆସିଲେ ଜାହ୍ନବୀ କପୁର, ଭିଡିଓ ହେଲା ଭାଇରାଲ ।

khabarNDTV
0 48

ଜାହ୍ନବୀ କପୁର ଏବଂ ଈଶାନ ଖଟ୍ଟରଙ୍କ ଯୋଡି “ଧଡକ” ଫିଲ୍ମ ସିଲଭର ସ୍କ୍ରିନରେ ଧମାଲ ମଚାଇବାକୁ ପ୍ରସ୍ତୁତ ହୋଇସାରିଲାଣି । ସମସ୍ତଙ୍କ ନଜର ରହିଛି ଶୀଦେବୀଙ୍କ ଝିଅ ଉପରେ । ଏବେ ଜାହ୍ନବୀ ଏବଂ ଈଶାନ ଫିଲ୍ମ ପ୍ରମୋସନରେ ଖୁବ ବ୍ୟସ୍ତ ଅଛନ୍ତି । ଗତ କିଛି ଦିନ ତଳେ ଏହି ଫିଲ୍ମର ଏକ ଗୀତ ରିଲିଜ ହୋଇଥିଲା ଏବଂ ଏହି ରୋମାଂଟିକ ଗୀତକୁ ସମସ୍ତେ ଖୁବ ପସନ୍ଦ ମଧ୍ୟ କରିଛନ୍ତି । ଏବେ ଜାହ୍ନବୀ ଏବଂ ଈଶାନଙ୍କର ଏହି ଗୀତରେ ହୋଇଥିବା ମେକିଂ ଭିଡିଓ ରିଲିଜ କରାଯାଇଛି ।

ଏହି ଭିଡିଓରେ“ଧଡକ”ର “ପେହେଲି ବାର” ସୁଟିଂର ସମ୍ପୂର୍ଣ୍ଣ ନଜାରା ଦେଖିବାକୁ ମିଳିଛି । ଏଥିରେ ଜାହ୍ନବୀ ମଗ ଧରି ନିଜ ଉପରେ ପାଣି ଢାଳୁଥିବାର ନଜର ଆସିଛନ୍ତି । ସୁଟିଂର ପୂରା ସିନ ଖୁବ ରୋମାଂଚକ ହୋଇଛି । ଏହି ଗୀତକୁ ଅଜୟ ଗୋଗାବଲି ସ୍ୱର ଦେଇଛନ୍ତି । ଏହାର ମ୍ୟୁଜିକ ଅଜୟ ଏବଂ ଅତୁଲ କମ୍ପୋଜ କରିଛନ୍ତି ।

Making of Pehli Baar ~ part/2 #janhvikapoor #ishaankhatter #pehlibaar #dhadak

A post shared by Ishaan Khatter Team (@ishaankhatterteam) on

ଏଠାରେ ଆମେ କହି ରଖୁଛୁ ଯେ ଏହି ଫିଲ୍ମ ଜୁଲାଇ ୨୦ରେ ପରଦାରେ ରିଲିଜ ହେବ । କରଣ ଜୋହରଙ୍କ ଧର୍ମା ପ୍ରଡକ୍ସନ ଏବଂ ଜି ପ୍ରଡକ୍ସନ ମିଶି ଏହି ଫିଲ୍ମ ନିର୍ମାଣ କରିଛନ୍ତି । ଧଡକ ଫିଲ୍ମରେ ଜାହ୍ନବୀ କପୁରଙ୍କ କାମକୁ ନେଇ ସମସ୍ତଙ୍କ ନଜର ରହିଛି । ଦେଖିବାକୁ ବାକି ରହିଛି ଯେ ଶ୍ରୀଦେବୀଙ୍କ ଝିଅ ନିଜ ଅଭିନୟରେ କିଭଳି ଫ୍ୟାନ ମାନଙ୍କୁ ଆକର୍ଷିତ କରି ପାରୁଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More