ଯେବେ ଠାରୁ ଜାହ୍ନବୀ କପୂରଙ୍କ ପ୍ରଥମ ଫିଲ୍ମ ‘ଧଡକ’ରିିଲିଜ ହୋଇଛି, ସେବେଠାରୁ ସେ ଲଗାତାର ଚର୍ଚ୍ଚାର ବିଷୟ ପାଲଟିଛନ୍ତି । କେବେ ତାଙ୍କୁ ଅଭିନୟକୁ ନେଇ ତ କେବେ ତାଙ୍କ ଷ୍ଟାଇଲ ସେନ୍ସକଚ ନେଇ । କେବେ କେବେ ତାଙ୍କୁ ବଡ ବଡ ଫିଲ୍ମ ସହ ଯୋଡା ଯାଉଛି, ଏହି କାରଣରୁ ଫ୍ୟାନ୍ସ ଉତ୍ସାହିତ ହୋଇ ଉଠୁଛନ୍ତି ।
ଯଦି ଜାହ୍ନବୀଙ୍କୁ ନେଇ ତାଜା ଖବର କଥା ଉଠେ ତେବେ କରଣ ଜୋହର କିଛି ଦିିନ ତଳେ କୁଛ କୁଛ ହୋତା ହେ ୨ ସିକ୍ୱେଲ କରିବାକୁ ଚାହୁଁଛନ୍ତି । ଏକ ରେଡିଓ ଶୋ’ରେ ଏଭଳି ଜଣେ ପଚାରିବାରୁ କହିଥିଲେ । ଯାହାର ଉତ୍ତରରେ ସେ କହିଥିଲେ ଆଲିୟା, ରଣବୀର କପୁର ଏବଂ ଜାହ୍ନବୀଙ୍କ ନାଁ କହିଥିଲେ ।
ଏହି କଥାକୁ ନେଇ ଜାହ୍ନବୀ ଏବେ ମୁହଁ ଖୋଲିଛନ୍ତି । ଜାହ୍ନବୀ ବିଗତ ଦିନରେ ଏକ ଇଭେଂଟରେ ଯାଇଥିଲେ ଏବଂ ସେଠାରେ ତାଙ୍କୁ ମିଡିଆ ଦୋସ୍ତାନା୨ ଏବଂ କୁଛ କୁଛ ହୋତା ହେ ‘ରେ ଯୋଡି ହେବା ସମ୍ପର୍କରେ ପଚରାଯାଇଥିଲା ।
ଏହାର ଉତ୍ତରରେ କହିଥିଲେ ଜାହ୍ନବୀ କପୁର କହିଥିଲେ , ତାଙ୍କୁ ଏସମ୍ପର୍କରେ କିଛି ଜଣା ନାହିଁ କହିଥିଲେ । ସେ ଏହା ମଧ୍ୟ କହିଥିଲେ କରଣ ଏହି କଥା ମଜାକରେ କହିଥିବେ । ଆଉ ଅଧିକ କହିଲେ ତାଙ୍କ ପାଇଁ ବିପଦ ବୋଲି କହିଛନ୍ତି ଜାହ୍ନବୀ ।