Only for Entertainment

ଶ୍ରୀଦେବୀଙ୍କ ଜନ୍ମଦିନରେ ଇମୋସନାଲ ହେଲେ ଜାହ୍ନବୀ କପୁର, ସୋସିଆଲ ମିଡିଆରେ ଫଟୋ ସେୟାର କରି କହିଲେ…

latestly
49

୨୦୧୮ ଫେବୃଆରୀ ୨୪ ରେ ବଲିଉଡ ଅଭିନେତ୍ରୀ ଶ୍ରୀଦେବୀ ସମସ୍ତଙ୍କୁ ପର କରି ଚାଲିଯାଇଥିଲେ । ଦୁବାଇର ଏକ ହୋଟେଲରେ ବାଥ ଟବରେ ବୁଡି ଶ୍ରୀଦେବୀଙ୍କ ମୃତ୍ୟୁ ହୋଇଥିଲା । ତାଙ୍କ ନିଧନରେ ପୂରା ବଲିଉଡ ଏବଂ ତାଙ୍କ ଫ୍ୟାନ୍ସଙ୍କୁ ସ୍ତବ୍ଧ କରିଦେଇଥିଲା । ଆଜି ସେହି ଚାନ୍ଦନୀ ତଥା ଦିବଙ୍ଗତ ଅଭିନେତ୍ରୀ ଶ୍ରୀଦେବୀଙ୍କ ୫୬ ତମ ଜନ୍ମଦିନ । ପୂରା ପରିବାର ପାଇଁ ଏହା ଏକ ଇମୋସନାଲ ମୁମେଣ୍ଟ ।

 

View this post on Instagram

 

Happy birthday Mumma, I love you

A post shared by Janhvi Kapoor (@janhvikapoor) on

ଶ୍ରୀଦେବୀଙ୍କ ଜନ୍ମଦିନରେ ବଡ ଝିଅ ଜାହ୍ନବୀ ନିଜ ଇଂଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଇମୋସନାଲ ପୋଷ୍ଟ କରି ମା’ଙ୍କ ମନେ ପକାଇଛନ୍ତି । ଜାହ୍ନବୀ ଇଂଷ୍ଟାଗ୍ରାମରେ ଶ୍ରୀଦେବୀଙ୍କ ଏକ ଫଟୋ ସେୟାର କରି ଲେଖିଛନ୍ତି, ‘ହ୍ୟାପି ବାର୍ଥଡେ ମା’ ଆଇ ଲଭ ୟୁ’ । ଜାହ୍ନବୀଙ୍କ ଏହି ପୋଷ୍ଟରେ ଫ୍ୟାନ୍ସଙ୍କ ଅନେକ ପ୍ରେମ ଭରା କମେଣ୍ଟ ଆସିବାରେ ଲାଗିଛି ।

ୱାର୍କ ଫ୍ରଣ୍ଟ ବିଷୟରେ କହିବାକୁ ଗଲେ ସେ ଖୁବ ଶୀଘ୍ର ରାଜକୁମାର ରାଓ ଏବଂ ବରୁଣ ଶର୍ମାଙ୍କ ସହିତ ହରର କମେଡି ଫିଲ୍ମ ‘ରୁହି ଅଫଜା’ରେ ନଜର ଆସିବେ । ଏହା ସହିତ ସେ କା ର୍ତ୍ତିକ ଆର‌୍ୟନଙ୍କ ସହିତ ‘ଦେସ୍ତାନା ୨’ ଏବଂ କରଣ ଜୋହରଙ୍କ ଫିଲ୍ମ ‘ତଖ୍ତ’ରେ ନଜର ଆସିବେ । ଏହା ସହିତ ଜହ୍ନବୀଙ୍କୁ ଗୁଞ୍ଜନ ସକସେନାଙ୍କ ବୟୋପିକରେ ମଧ୍ୟ ଦେଖିବାକୁ ମିଳିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More