Only for Entertainment

ରୁହ-ଅବଜାରେ ରାଜକୁମାରଙ୍କ ସହ ବନିବ ଜାହ୍ନବୀଙ୍କ ଯୋଡି, ଫୁକରେ ଫିଲ୍ମ ଚୁଚା ମଧ୍ୟ ନଜର ଆସିବେ ଲିଡ ରୋଲରେ !

39

ବଲିଉଡର ଦିବାଙ୍ଗତା ଅଭିନେତ୍ରୀ ଶ୍ରୀଦେବୀଙ୍କ ଝିଅ ଜାହ୍ନବୀଙ୍କ ଝିଅ ଫିଲ୍ମ ଧଡକରେ ନିଜର ଅଭିନୟ କ୍ୟାରିଅରରେ ପାଦ ପକାଇଥିଲେ । ତେବେ ଖୁବ ଶୀଘ୍ର ଜାହ୍ନବୀ ରାଜକୁମାର ରାଓଙ୍କ ସହ ନଜର ଆସିବେ । ରାଜକୁମାର ରାଓ ବିଗତ ବର୍ଷ ଶ୍ରଦ୍ଧା କପୁରଙ୍କ ସହ ବଲିଉଡରେ ବଡ ହିଟ ଫିଲ୍ମ ଦେଇଥିଲେ ଯାହାର ନାଁ ଥିଲା ସ୍ତ୍ରୀ । ସ୍ତ୍ରୀ ଏକ ହରର ଫିଲ୍ମ ଥିଲା, ଯାହା ନାଁ କେବଳ ଲୋକଙ୍କୁ ଡରାଇଥିଲା ବରଂ ଲୋକଙ୍କୁ ଖୁବ ହସାଇଥିଲା ମଧ୍ୟ । ଏବେ ପୁଣିଥରେ ଫ୍ୟାନ୍ସମାନେ ରାଜକୁମାର ରାଓଙ୍କୁ ସେହିଭଳି ଭୂମିକାରେ ଦେଖିବାକୁ ପାଇଁ ଚାହିଁ ବସିଛନ୍ତି ।

ରିପୋର୍ଟ ମୁତାବକ ରାଜକୁମାର ଏବଂ ଦିନେଶ ବିଜାନ ପୁଣିଥରେ ନିଜ ଦ୍ୱିତୀୟ ହରର କମେଡି ଫିଲ୍ମ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ସେ ପୁଣି ଜାହ୍ନବୀ ଏବଂ ଫୁକରେ ଫିଲ୍ମର ଚୁଚା ଅର୍ଥାତ ବରୁଣ ଶର୍ମାଙ୍କ ସହ ନଜର ଆସିବେ । ଫିଲ୍ମର ନାଁ ରଖାଯାଇଛି ଯେ ରୁହ-ଅଫଜା । ଏହି ଫିଲ୍ମରେ ଡର ସହ କମେଡିର ମଧ୍ୟ ପଂଚ ଦେଖିବାକୁ ମିଳିବ ।
ମିଡିଆ ରିପୋର୍ଟ ମୁତାବକ , ଫିଲ୍ମରେ ଆଉ ଏକ ଭୂତ ରହିବ ଯିଏ ନୂଆ ନୂଆ ବିବାହ କରୁଥିବା ପୁରୁଷଙ୍କ କପଡା ଚୋରି କରିବ । ଫିଲ୍ମର କାହାଣୀ ବଡ ମଜାଦାର ରହିଛି । ଏହି ଫିଲ୍ମ ୨୦ ମାର୍ଚ୍ଚ ୨୦୨୦ରେ ପରଦାରେ ରିଲିଜ ହେବ । ଏହି ଫିଲ୍ମର ନିର୍ଦ୍ଦେଶନା ଭାର ତୁଲାଇଛନ୍ତି ହାର୍ଦ୍ଦିକ ମେହେତା ।

ଏହାବ୍ୟତୀତ ଜାହ୍ନବୀ ଗୁଂଜନ ସକସେନାଙ୍କ ବାୟୋପିକ ଏବଂ ତଖ୍ତରେ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More