Only for Entertainment

ଫ୍ୟାନ ବନାଇଲେ ଜାହ୍ନବୀ କପୂରଙ୍କ ନାଁରେ ଟାଟୁ, ଅଭିନେତ୍ରୀ ଦେଖି ଦେଲେ ଏଭଳି ପ୍ରତିକ୍ରିୟା !

42

ବଲିଉଡ ଅଭିନେତ୍ରୀ ଜାହ୍ନବୀ କପୂର ନିଜ ଷ୍ଟାଇଲିସ ଅନ୍ଦାଜ ଏବଂ ଲୁକ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାଆନ୍ତି । ତାଙ୍କର ଜିମ୍ ଲୁକ ଅନେକ ସମୟରେ ଚର୍ଚ୍ଚାର ବିଷୟ ପାଲଟିଥାଏ । ସୋମବାର ଦିନ ଜିମ ଆଉଟିଂ ସମୟରେ ଜାହ୍ନବୀ ଅଫ ସୋଲ୍ଡର ଡ୍ରେସ ପିନ୍ଧି ଥିଲେ । ସେ ନୀଳ ରଂଗର ଟପ ସହ ଏକ ଡେନିମ ଶର୍ଟସ ପିନ୍ଧିଥିଲେ । ଏହି ଲୁକରେ ସେ ଖୁବ ଷ୍ଟନିଂ ନଜର ଆସୁଥିଲେ ।

ଯେତେବେଳେ ଅଭିନେତ୍ରୀ ଜଣକ ବାହାରକୁ ଆସିଥିଲେ ତାଙ୍କ ଦେଖା ଜଣେ ଫ୍ୟାନ୍ସଙ୍କ ସହ ହୋଇଥିଲା । ଅନୁରୋଧ କାରଣରୁ ସେ ଫ୍ୟାନ୍ସ ସହ ଫଟୋ ମଧ୍ୟ ନେଇଥିଲେ । ଏହାବ୍ୟତୀତ ତାଙ୍କୁ ଫ୍ୟାନ୍ସଙ୍କ ଠାରୁ ଏକ ଖାସ ଉପହାର ମଧ୍ୟ ମିଳିଥିଲା । ଗିଫ୍ଟ ଦେଖି ଅଭିନେତ୍ରୀଙ୍କ ପ୍ରତିକ୍ରିୟା ଦେଖିବା ଲାୟକ ହୋଇଥିଲା ।

ଅସଲରେ ଫ୍ୟାନ୍ସ ଜଣକ ତାଙ୍କ ନାଁରେ ଟାଟୁ କରିଥିଲେ ,ଯାହାକୁ ଦେଖି ଜାହ୍ନବୀ ଖୁବ ଖୁସି ହୋଇଯାଇଥିଲେ ।

ତାଙ୍କର ଫିଲ୍ମ ଦୁନିଆ ବିଷୟରେ କହିବାକୁ ଗଲେ ଖୁବ ଶୀଘ୍ର ସେ ଫିଲ୍ମ ‘ତଖ୍ତ’ରେ ନଜର ଆସିବେ । ଏହି ଫିଲ୍ମରେ ତାଙ୍କ ସହ ଅନୀଲ କପୂର, ଆଲିୟା ଭଟ୍ଟ, କରୀନା କପୂର, ରଣବୀର ସିଂ, ବିକ୍କି କୌଶଲ ଏବଂ ଭୂମି ପେଡନେକର ମଧ୍ୟ ନଜର ଆସିବେ । ଜାହ୍ନବୀ ‘ଗୁଂଜନ’ ନାମକ ବାୟୋପିକରେ ମଧ୍ୟ ନଜର ଆସିବେ । ନିକଟରେ ତାଙ୍କର ଏହି ଫିଲ୍ମର ଲୁକ ମଧ୍ୟ ଭାଇରାଲ ହୋଇଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More