Only for Entertainment

ଗରୀବ ମୁହଁରେ ଦାନା ଦେଲେ ଜାହ୍ନବୀ, ଭିଡ଼ିଓ ଭାଇରାଲ

kanaklifestyle
33

ବଲିଉଡ ଅଭିନେତ୍ରୀ ଜାହ୍ନବୀ କପୂର ଦେଖାଇଲେ ଦରିୟା ଦିଲ । ଏହିଥର ସେ ଲାଇମ ଲାଇଟକୁ ଆସିବାର କାରଣ କିଛି ଭିନ୍ନ । ଏଥର ଲୁକ କିମ୍ବା ଷ୍ଟାଇଲିସ ଅନ୍ଦାଜକୁ ନେଇ ନୁହେଁ ବରଂ ଏକ ଭୋକିଲା ମୁହଁରେ ଦାନା ଦେଇ ଚର୍ଚ୍ଚାରେ ଅଛନ୍ତି । ଏକ ପିଲାକୁ ଖାଦ୍ୟ ଦେଉଥିବା ସମୟର ଭିଡ଼ିଓ ଭାଇରାଲ ହେଉଛି । ଯାହାକୁ ଦେଖିବା ପରେ ପ୍ରଶଂସକ ଖୁବ ପ୍ରଶଂସା କରୁଛନ୍ତି ।

ବାସ୍ତବରେ ବାନ୍ଦ୍ରାରେ ଏକ ସ୍ୟାଲୁନକୁ ଯାଇଥିଲେ ଜାହ୍ନବୀ । ସେଠାରେ ସେ ଗାଡ଼ିରୁ ଓହ୍ଲାଇବା ସମୟରେ ଏକ ପିଲା ତାଙ୍କୁ ଖାଇବାକୁ ମାଗିଲା । ଜାହ୍ନବୀ ଗାଡ଼ି ମଧ୍ୟରୁ ବିସ୍କୁଟ ଆଣି ପିଲାଟିକୁ ଦେଲେ । ଏହାର କିଛି ସମୟ ପରେ ସେ କିଛି ଟଙ୍କା ମଧ୍ୟ ଦେଲେ । ଜାହ୍ନବୀଙ୍କ ଏହି ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଲୋକ ତାଙ୍କର ଏଭଳି ବ୍ୟବହାରକୁ ପ୍ରଶଂସା କରୁଛନ୍ତି । ଏହା ପୂର୍ବରୁ ମଧ୍ୟ ଜାହ୍ନବୀ ତାଙ୍କ କୁନି ପ୍ୟାନ୍ସ ମାନଙ୍କ ସହିତ ଭଲ ବ୍ୟବହାରକୁ ନେଇ ଚର୍ଚ୍ଚାରେ ରହି ଆସିଛନ୍ତି ।

କହିରଖୁଛୁ ନିକଟରେ ଦୀପାବଳି ପାର୍ଟିରେ ଜାହ୍ନବୀ ଶାଢୀ ପିନ୍ଧି ସମସ୍ତଙ୍କ ଆକର୍ଷଣ ନିଜ ଆଡ଼କୁ କରି ନେଇଥିଲେ । ଯାହାର ଫଟୋ ଆମେ ଆପଣଙ୍କ ସହିତ ଶେୟାର କରିଥିଲୁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More