Only for Entertainment

ନେହାଙ୍କ ଶୋ’ରେ ଜାହ୍ନବୀ କପୂର, ଈଶାନ-ତାରାଙ୍କୁ ନେଇ କହିଲେ ଏଭଳି କଥା ।

aajtak
28

ନେହା ଧୂପିଆ ତାଙ୍କ ପପୁଲାର ଚ୍ୟାଟ ଶୋ କୁ ଆସିବା ପାଇଁ ପ୍ରସ୍ତୁତ । ନୂଆ ସିଜନର ପ୍ରଥମ ଏପିସୋଡରେ ଅତିଥି ଭାବରେ ନଜର ଆସିବେ ଜାହ୍ନବୀ କପୂର ଏବଂ ଖୁସି କପୂର । ନେହା ଇଂଷ୍ଟାଗ୍ରାମରେ ଟିଜର ଶେୟାର କରିଛନ୍ତି ଯେଉଁଥିରେ ଖୁସି ଏବଂ ଜାହ୍ନବୀଙ୍କ ସାନଦାର କେମେଷ୍ଟ୍ରି ଦେଖିବାକୁ ମିଳିଛି । ନେହା ଭିଡ଼ିଓରେ ଜାହ୍ନବୀଙ୍କୁ ଈଶାନ ଏବଂ ତାରାଙ୍କ ବିଷୟରେ ପ୍ରଶ୍ନ କରିବା ବେଳେ ଖୁବ ଚତୁରତାର ସହିତ ଉତ୍ତର ଦେଉଛନ୍ତି ଜାହ୍ନବୀ ।

ନେହା ପ୍ରଶ୍ନ କରୁଛନ୍ତି ତାରାଙ୍କୁ ଈଶାନ ଡେଟ କରୁଛନ୍ତି ତୁମକୁ କିଛି ଫରକ ପଡ଼ୁଛି? ଜାହ୍ନବୀ କହୁଛନ୍ତି ଏହା ଏକ ଟ୍ରାକ ପ୍ରଶ୍ନ । ଏହା ପୂର୍ବରୁ ମଧ୍ୟ କରଣଙ୍କ ଶୋ’ରେ ଜାହ୍ନବୀ ଏହି କଥାକୁ ଖଣ୍ଡନ କରିଥିଲେ । ତାଙ୍କ କହିବା ଅନୁସାରେ ସେମାନେ ପିଲାଟି ଦିନରୁ ଭଲ ସାଙ୍ଗ । ଦୀର୍ଘ ସମୟ ଧରି ଆମେ ପରସ୍ପରକୁ ଜାଣୁଛୁ । ଜାହ୍ନବୀଙ୍କ ଭାଇ ଅର୍ଜୁନ ମଧ୍ୟ ଏହାକୁ ନେଇ ଥରେ କହିଥିଲେଯେ ଈଶାନ ଜାହ୍ନବୀର ଆଖପାଖରେ ବୁଲୁଛି ।

ଭିଡ଼ିଓରେ ଖୁସି ମଧ୍ୟ ନଜର ଆସିଛନ୍ତି, କିନ୍ତୁ ସେ ବିଶେଷ କିଛି କହୁନାହାଁନ୍ତି । କେବଳ ଭଉଣୀ କଥାରେ ହଁ କରୁଥିବା ନଜର ଆସିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More