Only for Entertainment

ରେସ୍ତୋରାଁ ବାହାରକୁ ଜାହ୍ନବୀ କପୁର ବାହାରିବା କ୍ଷଣି ଭିଡିଗଲେ ପ୍ରଶଂସକ, କେହି ଗାଲ ଛୁଇଁଲେ ତ କେହି ଧରିଲେ ହାତ, ଦେଖନ୍ତୁ ଭିଡିଓ ।

Amarujala
0 134

ଶ୍ରୀଦେବୀଙ୍କ ମୃତ୍ୟୁ ପରେ ଜାହ୍ନବୀ କପୁର ନିଜ କାମରେ ବ୍ୟସ୍ତ ରହିଛନ୍ତି । ତାଙ୍କର ଡେବ୍ୟୁ ଫିଲ୍ମ ‘ଧଡକ’ର ସୁଟିଂ ଶେଷ ହୋଇସାରିଲାଣି । କିଛି ଦିନ ପରେ ସେ ଏହି ଫିଲ୍ମ ପ୍ରମୋସନ ଆରମ୍ଭ କରିବେ । ମାତ୍ର ଫିଲ୍ମ ରିଲିଜ ପୂର୍ବରୁ ହିଁ ତାଙ୍କର ଲୋକପ୍ରିୟତା ବଢିବା ଆରମ୍ଭ ହୋଇଗଲାଣି । ଜାହ୍ନବୀ ଯେବେ ବି ବାହାରେ ନଜର ଆସୁଛନ୍ତି ଭିଡ ତାଙ୍କ ସହ ଫଟୋ ଉଠାଇବା ପାଇଁ ଏବଂ ଅଟୋଗ୍ରାଫ ପାଇଁ ଜମି ଯାଉଛନ୍ତି । ଏବେ ଜାହ୍ନବୀ ବାନ୍ଦ୍ରାସ୍ଥିତ ଏକ ରେସ୍ତୋରାଁରୁ ବାହାରକୁ ଆସିଲା ବେଳେ ସ୍ପଟ ହୋଇଥିଲେ ।

ରେସ୍ତୋରାଁର ବାହାରେ ତାଙ୍କୁ ଶିଶୁ ପ୍ରଶଂସକ ମାନେ ଅପେକ୍ଷା କରିଥିଲେ । ଜାହ୍ନବୀ ବାହାରକୁ ଆସିବା କ୍ଷଣି ନାଚିବା ଆରମ୍ଭ କରିଥିଲେ । କେହି ତାଭ୍କ ହାତ ଧରୁଥିଲେ ତ କେହି ତାଙ୍କ ଗାଲ ଛୁଇଁବା ପାଇଁ ପ୍ରୟାସ କରିଥିଲେ । ପ୍ରଶଂସକ ମାନେ ତାଙ୍କୁ ଚାରିପଟୁ ଘେରି ପକାଇଥିଲେ । ଦେଖନ୍ତୁ ଭିଡିଓ-

ଶ୍ରୀଦେବୀଙ୍କ ଝିଅ ହୋଇଥିବା କାରଣରୁ ଫ୍ୟାନ୍ସଙ୍କ ମଧ୍ୟରେ ତାଙ୍କୁ ନେଇ ଅନେକ ଉତ୍ସାହ ଭରି ରହିଛି । ତାଙ୍କର ଆଗାମୀ ଫିଲ୍ମ ଜୁଲାଇ ୨୦ରେ ରିଲିଜ ହେବାକୁ ଯାଉଛି ଏବଂ ଏହି ଫିଲ୍ମରେ ତାଙ୍କ ସହ ନଜର ଆସିବେ କୋ-ଷ୍ଟାର ଇଷାନ ଖଟ୍ଟର । ଏହି ଫିଲ୍ମଟିକୁ ଧର୍ମା ପ୍ରଡକ୍ସନ ଏବଂ ଜି ଷ୍ଟୁଡିଓ ମିଶି ପ୍ରଡ୍ୟୁସ କରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More