Only for Entertainment

ବାହାରକୁ ବାହାରିବା ପରେ ଜାହ୍ନବୀଙ୍କ ଡ୍ରେସରେ ଯାହା ଲାଗିଥିଲା ଆପଣ ମଧ୍ୟ ଦେଖିଲେ ଟ୍ରୋଲ କରିବା ଆରମ୍ଭ କରିଦେବେ

india tv
98

ବଲିଉଡ କଳାକାର ତ ତାଙ୍କ ଦକ୍ଷ ଅଭିନୟ ପାଇଁ ବେଶ୍ ପରିଚିତ, କିନ୍ତୁ ଏହା ବ୍ୟତୀତ ତାଙ୍କ ଫ୍ୟାଶନ ସେନ୍ସ ମଧ୍ୟ ଖୁବ ଜଣାଶୁଣା । କିନ୍ତୁ ବେଳେ ବେଳେ କିଛି ଛୋଟ ଛୋଟ ଭୁଲ ପାଇଁ ସେମାନେ ଟ୍ରୋଲ ହୋଇଯାନ୍ତି । ନିକଟରେ ସେହିଭଳି କିଛି ଘଟଣା ଦେଖା ଦେଇଛି ବଲିଉଡ ଅଭିନେତ୍ରୀ ଜାହ୍ନବୀ କପୂରଙ୍କ ନିକଟରେ । ଏକ ଭିଡ଼ିଓ ସାମ୍ନାକୁ ଆସିଛି ଯେଉଁଥିରେ ସେ ଦୁପଟାରୁ ପ୍ରାଇସ ଟ୍ୟାଗ ବାହାର କରିବାକୁ ଭୁଲି ଯାଇଛନ୍ତି ।

 

ବାସ୍ତବରେ ଜାହ୍ନବୀ ପାଇଲେଟ କ୍ଲାସରୁ ବାହାରିବା ସମୟରେ ଏକ ସୁନ୍ଦର ସାଲୱାର ସୁଟରେ ନଜର ଆସିଛନ୍ତି । କିନ୍ତୁ ଯାହା ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଛି ତାହା ହେଉଛି ତାଙ୍କ ଦୁପଟାରେ ଲାଗିଥିବା ପ୍ରାଇସ ଟ୍ୟାଗ । ଯେଉଁ କାରଣରୁ ତାଙ୍କୁ ସୋସିଆଲ ମିଡିଆରେ ଟ୍ରୋଲ କରାଯାଉଛି । ଅବଶ୍ୟ ତାଙ୍କ ଦୁପଟାର ପ୍ରାଇସ କେତେ ଥିଲା ତାହା କ୍ୟାମେରାରେ କଏଦ ହୋଇ ପାରିନାହିଁ, କିନ୍ତୁ ସାମାନ୍ୟ ଭୁଲ ପାଇଁ ଟ୍ରୋଲର୍ସ ଟ୍ରୋଲ କରିବା ଆରମ୍ଭ କରି ଦେଇଛନ୍ତି । ଏହା ମଧ୍ୟ ସତ ଯେ ପ୍ରାଇସ କିଛି କମ ନଥିବ । ସେ ଯାହା ହେଉ ଜାହ୍ନବୀ ତାଙ୍କ କ୍ୟାରିଅରରେ ଖୁବ ଆଗକୁ ଯାଆନ୍ତୁ ଏହା ଆମର ଶୁଭେତ୍ସା ।

 

ୱର୍କଫ୍ରଂଟ କଥା ଯଦି ଆଲୋଚନା କରିବା ତେବେ ସେ ଖୁବଶୀଘ୍ର ଆଗାମୀ ଦିନରେ ଏକାଧିକ ଫିଲ୍ମରେ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More