Only for Entertainment

ଜାହ୍ନବୀ ପସନ୍ଦ କରନ୍ତି ଏହି ଅଭିନେତାଙ୍କୁ , ସାକ୍ଷାତକାରରେ କରିଲେ ଖୁଲାସା ।

panjab keshri
0 69

ବଲିଉଡ ଅଭିନେତ୍ରୀ ଶ୍ରୀଦେବୀଙ୍କ ବଡ କନ୍ୟା ଜାହ୍ନବୀ କପୁର ଏକ ଫ୍ୟାଶନ ମାଗାଜିନ ବୋଗ ପାଇଁ ଫଟୋସୁଟ କରାଇଛନ୍ତି । ଗତ କିଛି ଦିନ ହେବ କରଣ ତାଙ୍କର ଇଂଟରଭ୍ୟୁ ନେଇଥିଲେ । ସେଥିରେ ଜାହ୍ନବୀ ତାଙ୍କର ବ୍ୟକ୍ତିଗତ ଜୀବନ ସମ୍ପର୍କରେ କିଛି କଥା ସେୟାର କରିଥିଲେ ।

ସାକ୍ଷାତକାରରେ ସେ କହିଛନ୍ତି ଯେ ସେ ରାଜକୁମାର ରାଓ, ଧନୁଷ ଏବଂ ନବାଜୁଦ୍ଦିନ ସିଦ୍ଦିକିଙ୍କୁ ଖୁବ ପସନ୍ଦ କରନ୍ତି । ଏମାନେ ସମସ୍ତେ ଖୁବ ଏକ୍ସପ୍ରେସିଭ ଅଟନ୍ତି । ସେ ଏହି ଅଭିନେତାଙ୍କୁ ଦେଖି ପ୍ରଭାବିତ ହୋଇଥାଆନ୍ତି, ଯେଉଁମାନେ ନିଜ ଆଡକୁ ଆକର୍ଶିତ କରନ୍ତି ।

ଏହାପରେ ସେ କହିଛନ୍ତି ଯେ ଫିଲ୍ମ ‘ବରେଲି କି ଦୁଲହନ’ଫିଲ୍ମ ପରେ ସେ ଚାହୁଁଥିଲେ ଯେ ରାଜ କୁମାର ରାଓ ତାଙ୍କୁ ନୋଟିସ କରନ୍ତୁ । ଯେଉଁ କାରଣରୁ ସେ ତାଙ୍କର ସମସ୍ତ ଫଟୋକୁ ଲାଇକ କରୁଥିଲେ । ଜାହ୍ନବୀଙ୍କ ଜୀବନରେ ଅଭିନେତାଙ୍କ ମଧ୍ୟରୁ ରାଜକୁମାର ଜଣେ ଏଭଳି ବ୍ୟକ୍ତି ଅଟନ୍ତି ଯାହାଙ୍କ ସହ ଫଟୋ ଉଠାଇବା ପାଇଁ ସେ ଆଶା ରଖିଛନ୍ତି ।

ଏଠାରେ ଆମେ କହି ରଖୁଛୁ ଯେ ଫିଲ୍ମ ‘ଧଡକ’ଜରିଆରେ ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି ଏହି ଅଭିନେତ୍ରୀ । ଏହି ଫିଲ୍ମରେ ତାଙ୍କ ସହ ସାହିଦ କପୁରଙ୍କ ଭାଇ ଈଶାନ ଖଟ୍ଟର ନଜର ଆସିବେ । ଜାହ୍ନବୀ ଖୁବ ଶୀଘ୍ର ଏହି ଫିଲ୍ମର ପ୍ରମୋଶନ ଆରମ୍ଭ କରିବେ ବୋଲି ବିଶେଷ ସୂତ୍ରରୁ ପ୍ରକାଶ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More